ଓଡିଶା

odisha

ETV Bharat / city

ରାଜ୍ୟସଭାରେ ଉଠିଲା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି - ସ୍ବତନ୍ତ୍ର ରାଜ୍ୟ ମାନ୍ୟତା

ପୁଣି ରାଜ୍ୟସଭାରେ ଉଠିଛି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି । ଏଥର ପ୍ରାକୃତିକ ବିପର୍ଯ୍ୟୟକୁ ମାପଦଣ୍ଡ କରିବାକୁ ଦାବି ଜଣାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଫଟୋ ସୌଜନ୍ୟ: ରାଜ୍ୟସଭା ଟିଭି

By

Published : Jul 17, 2019, 5:37 PM IST

ଭୁବନେଶ୍ବର: ରାଜ୍ୟସଭାରେ ଉଠିଲା ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି । କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶାକୁ ଏହି ମାନ୍ୟତା ପ୍ରଦାନ ପାଇଁ ଦାବି କରିଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ନିକଟରେ ପ୍ରଳୟଙ୍କରୀ ବାତ୍ୟା ଫନିର ପ୍ରଭାବରେ ଓଡିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନର ଅନ୍ୟତମ ମାପକାଠୀ ଭାବେ ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ଗ୍ରହଣ କରିବାକୁ ସେ ଦାବି ରଖିଛନ୍ତି । କାରଣ ଓଡିଶା, ଆନ୍ଧ୍ରପ୍ରଦେଶ ଭଳି ଅନେକ ରାଜ୍ୟ ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦ୍ର ନିକଟରେ ଏହି ଦାବି ଉପସ୍ଥାପନା କରିସାରିଛନ୍ତି । ତେବେ ସସ୍ମିତଙ୍କ ସହ ଦଳମତ ନିର୍ବିଶେଷରେ ଅନେକ ସାଂସଦ ଓଡିଶା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟ ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନର ମାନଦଣ୍ଡରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details