ବଢିବ ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଣ୍ଠି ! - ବିଧାନସଭା ଅଧିବେଶନ
ପଞ୍ଚାୟତ କଲ୍ୟାଣ ମଣ୍ଡପ ନିର୍ମାଣ ପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ପ୍ରଶ୍ନ କଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ଅନୁଦାନକୁ 10 ଲକ୍ଷରୁ 25 ଲକ୍ଷ ବୃଦ୍ଧି କରିବା ପାଇଁ ଦାବି । ଅଧିକ ପଢନ୍ତୁ
ଭୁବନେଶ୍ବର: ବଢିପାରେ ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଣ୍ଠି । ଏନେଇ ବିଚାର କରୁଛନ୍ତି ରାଜ୍ୟ ସରକାର । ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ପ୍ରତି ପଂଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଉଥିବା ଅର୍ଥ ପର୍ଯ୍ୟାପ୍ତ ହେଉ ନାହିଁ । ଆର୍ଥିକ ଅନୁଦାନକୁ 10 ଲକ୍ଷରୁ 25 ଲକ୍ଷ ବୃଦ୍ଧି କରିବାକୁ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଦାବି କରିଛନ୍ତି । ମୂଳ ପ୍ରଶ୍ନ କର୍ତ୍ତା ଆଠମଲ୍ଲିକ ବିଧାୟକ ରମେଶ ସାଏ ଉଠାଇଛନ୍ତି ।
ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତରରେ କହିଛନ୍ତି ଯେ, "ପ୍ରତି କଲ୍ୟାଣ ମଣ୍ଡପ ପାଇଁ ରାଜ୍ୟ ସରକାର 10 ଲକ୍ଷ ଦେଉଛନ୍ତି । ବାକି ଅର୍ଥ ଡ଼ିଏମଏଫ ଫଣ୍ଡ, ଗ୍ରାମ ପଞ୍ଚାୟତ , ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ମଧ୍ୟ ଏଥିରେ ଅର୍ଥ ଖର୍ଚ୍ଚ କରିପାରିବେ ।" ଏହାସହ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସରକାର ବିଚାର କରୁଥିବା ବିଧାନସଭାରେ କହିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ ।