ଓଡିଶା

odisha

ETV Bharat / city

ଅଣ୍ଟୁନି ବାର୍ଦ୍ଧକ୍ୟ ଭତ୍ତା, ବଢାଇବାକୁ ବିଧାନସଭାରେ ଦାବି - Odisha assembly

ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ଦାବି । 5ଶହ କି 7ଶହ ଟଙ୍କା ଭତ୍ତା ଯଥେଷ୍ଟ ନୁହେଁ । ବୁଢାବୁଢୀ, ଅସହାୟ ମହିଳା, ବିଧବା, ଦିବ୍ୟାଙ୍ଗଙ୍କୁ ଦିଆଯାଉଥିବା ଭତ୍ତା ହଜାରେ ଟଙ୍କାକୁ ବୃଦ୍ଧି କରିବାକୁ ବିଧାନସଭାରେ ଦାବି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Jul 27, 2019, 2:09 PM IST

ଭୁବନେଶ୍ବର: ବିଧାନସଭାରେ ଉଠିଲା ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବି । ବୁଢାବୁଢୀ, ଅସହାୟ ମହିଳା, ବିଧବା, ଦିବ୍ୟାଙ୍ଗଙ୍କୁ ଦିଆଯାଉଥିବା ଭତ୍ତା ଅର୍ଥରାଶି ବୃଦ୍ଧି କରିବାକୁ ଦାବି ହୋଇଛି । ଏ ଦାବି କରିଛନ୍ତି ବାଲିଗୁଡା ବିଧାୟକ ଚକ୍ରମଣି କହଁର ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଆଜି ପ୍ରଶ୍ନକାଳରେ ବିଧାୟକ ଚକ୍ରମଣି କହଁର କହିଥିଲେ, ରାଜ୍ୟ ସରକାର 2ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି । ଜାତୀୟ ସାମାଜିକ ସହାୟତା ଓ ମଧୁବାବୁ ପେନସନ ଯୋଜନାର ଅର୍ଥରାଶିକୁ 2ଶହ ଲେଖାଁଏ ବୃଦ୍ଧି କରି ଯଥାକ୍ରମେ 5ଶହ ଓ 7ଶହ ଟଙ୍କା କରାଯାଇଛି । ମାତ୍ର ଏହା ବୁଢାବୁଢୀ, ଅସହାୟ ମହିଳା, ବିଧବା, ଦିବ୍ୟାଙ୍ଗଙ୍କ ପାଇଁ ଯଥେଷ୍ଟ ନୁହେଁ । ତେଣୁ ଏହାକୁ ଏକ ହଜାର ଟଙ୍କା କରିବାକୁ ସେ ଦାବି କରିଥିଲେ ।

ABOUT THE AUTHOR

...view details