ଓଡିଶା

odisha

ETV Bharat / city

ଖୁବଶୀଘ୍ର ନିର୍ମାଣ ହେବ ଫୁଟ ଓଭର ବ୍ରିଜ - overbridge

ସ୍ମାର୍ଟ ସିଟି ଭୁବନେଶ୍ୱରର ରେଳ ସଦନ ଠାରୁ ବିଡିଏ ପର୍ଯ୍ୟନ୍ତ ନିର୍ମାଣ ହେବ ଫୁଟପାଥ ଓଭର ବ୍ରିଜ । ଏନେଇ ରେଲଓ୍ୱେ ସଦନରେ ହୋଇଥିବା ଏକ ବୈଠକରେ ଘୋଷଣା କରିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

By

Published : Feb 14, 2019, 12:41 PM IST

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ରେଳ ସଦନ ଠାରୁ ବିଡିଏ ପର୍ଯ୍ୟନ୍ତ ନିର୍ମାଣ ହେବ ଫୁଟପାଥ ଓଭର ବ୍ରିଜ। ଏନେଇ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ସଦନରେ ହୋଇଥିବା ଏକ ବୈଠକରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ବୈଠକରେ ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଛନ୍ତି।

ସୂଚନା ଅନୁଯାୟୀ, ରେଳ କର୍ମଚାରୀ ଏବଂ ସାଧାରଣ ଜନତାଙ୍କୁ ରେଳସଦନ ଓ ବିଡିଏକୁ ଯାତାୟତ କରିବା ତଥା ରାସ୍ତା ପାର ହେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରେଳ ସଦନ ଠାରୁ ବିଡିଏ ପର୍ଯ୍ୟନ୍ତ ଫୁଟପାଥ ଓଭର ବ୍ରିଜ ନିର୍ମାଣ କରାଯାଉ ବୋଲି ଇଷ୍ଟକୋଷ୍ଟ ରେଲଓ୍ୱେ କର୍ମଚାରୀ ସଂଘ ଦାବି କରିଥିଲା।

ଭଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଏହା ବ୍ୟତୀତ ରେଳ କର୍ମଚାରୀଙ୍କ କ୍ୱାଟର ମରାମତି, ଡ୍ୟୁଟିର ସମୟ ନିର୍ଧାରଣ ଏବଂ ମଞ୍ଚେଶ୍ୱର କର୍ମଶାଳାର ତୁରନ୍ତ ମରାମତି କରିବାକୁ ମଧ୍ୟ ସଂଘ ପକ୍ଷରୁ ଦାବି କରାଯାଇଥିଲା। ସଂଘର ଏହି ଦାବିକୁ ଆଖିରେ ରଖି ଫୁଟପାଥ ଓଭର ବ୍ରିଜ ନିର୍ମାଣର ଘେଷଣା କରାଯାଇଛି।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details