ଓଡିଶା

odisha

ETV Bharat / city

ଚାଇନା ଲାଇଟରେ ହଜିଯାଉଛି ଦୀପ କାରିଗରଙ୍କ ଭବିଷ୍ୟତ - ଅନ୍ଧାରରେ ଦୀପ କାରିଗର

ସହରରେ ବସବାସ କରୁଥିବା ଲୋକେ ଏବେ ମାଟି ଦୀପରୁ ମୁହଁ ଫେରାଇ ନେଇ ଚାଇନା ଲାଇଟ ଆଡକୁ ମୁହାଁଉଛନ୍ତି । ଫଳରେ କୁମ୍ଭାର ହରାଉଛି ନିଜ ବେଉସା ।

ଚାଇନା ଲାଇଟରେ ହଜିଯାଉଛି ଦୀପ କାରିଗରଙ୍କ ଭବିଷ୍ୟତ

By

Published : Oct 20, 2019, 3:48 PM IST

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ ଏହି ପର୍ବ । ଘରେ ମାଟିଦୀପ ଲଗାଇ ଏହିଦିନ ଅନ୍ଧାରକୁ ଦୂର କରାଯାଇଥାଏ । କିନ୍ତୁ ଏଇ ମାଟି ଦୀପ ତିଆରି କରୁଥିବା କୁମ୍ଭାରଙ୍କ ଘର ଓ ତାଙ୍କ ଜୀବନର ଅନ୍ଧକାରକୁ ଦୂର କରିବାକୁ କେହି କେବେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଏବେ ଆଧୁନିକତାର ଚାକଚକ୍ୟରେ ହଜି ଯାଉଛି ମାଟି ଦୀପ ଓ ତା'ର ଚାହିଦା । ବିଶେଷ କରି ସହରରେ ବସବାସ କରୁଥିବା ଲୋକେ ଏବେ ମାଟି ଦୀପରୁ ମୁହଁ ଫେରାଇ ନେଇ ଚାଇନା ଲାଇଟ ଆଡକୁ ମୁହାଁଉଛନ୍ତି । ଫଳରେ କୁମ୍ଭାର ହରାଉଛି ନିଜ ବେଉସା ।

ଚାଇନା ଲାଇଟରେ ହଜିଯାଉଛି ଦୀପ କାରିଗରଙ୍କ ଭବିଷ୍ୟତ

ଏମାନେ ହେଉଛନ୍ତି ରାଜଧାନୀ ଭୁବନେଶ୍ବରର ମାଟି କାରିଗର । ଦୀପାବଳୀ ପାଇଁ ତିଆରି କରୁଛନ୍ତି ଶହ ଶହ ମାଟି ଦୀପ । ମାତ୍ର ଏ ମାଟି ଦୀପ ବିକ୍ରି ହେବକି ନାହିଁ ତାକୁ ନେଇ ଚିନ୍ତାରେ କାରିଗର । ଗୋଟିଏପଟେ ଚାଇନା ଲାଇଟର ଚାହିଦା ଅନ୍ୟପଟେ କୋଲକାତାରୁ ଓଡିଶାକୁ ଆସୁଥିବା ମେସିନ୍ ତିଆରି ମାଟି ଦୀପ ଏହି କାରିଗରଙ୍କ ମୁଣ୍ଡରେ ଚଡ଼କ ପକାଉଛି ।

କୋଲକାତା ମାଟି ଦୀପ ଗଙ୍ଗା ନଦୀର ଚିକିଣିଆ ମାଟିରେ ତିଆରି । ଯାହାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ଅନ୍ୟପଟେ କୋଲକାତା ମାଟି କାରିଗରଙ୍କ ପାଖରେ ରହିଛି ଅତ୍ୟାଧୁନିକ ମେସିନ୍ । ଅନ୍ୟପଟେ ଓଡିଶା ମାଟି କାରିଗରର ପୁରା ପରିବାର ଲାଗି ପଡିଲେ ମଧ୍ୟ ନିଜର ଉଚିତ ମୂଲ୍ୟ ପାଉନାହାଁନ୍ତି ।

ଆଲୋକର ପର୍ଵରେ ମୁଖ୍ୟ ଭୂମିକା ନେଇଥାଏ ଏହି କାରିଗରଙ୍କୁ ଦେଖିଲେ ମନେ ହେଉଛି ଦୀପ ତଳ ଅନ୍ଧାର ଭଳି ଆଜି ଏମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାରରେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details