ଓଡିଶା

odisha

ETV Bharat / city

ରାଜଧାନୀରେ ଆଦିବାସୀ ସଂସ୍କୃତି, ମନ କିଣୁଛି ଶାଳପତ୍ର ଟୋପି - ଖଜୁରୀ ପତ୍ର ଟୋପି

ଶାଳପତ୍ରରେ ସୁନ୍ଦର ଟୋପି ସହ ଖଜୁରୀ ପତ୍ରରେ ତିଆରି ବିଭିନ୍ନ ମନଲୋଭା ଘରକରଣା ସାମଗ୍ରୀ ଏବେ ରାଜଧାନୀରେ ଚାଲିଥିବା ଆଦିବାସୀ ଜାତି ଓ ଜନଜାତି କଳାବସ୍ତୁର ମୁଖ୍ୟ ଆକର୍ଷଣ ପାଲଟିଛି ।

ପ୍ଲାଷ୍ଟିକ ବ୍ୟାନ ପରେ ବଢୁଛି ଆଦିବାସୀଙ୍କ ଚାହିଦା
ପ୍ଲାଷ୍ଟିକ ବ୍ୟାନ ପରେ ବଢୁଛି ଆଦିବାସୀଙ୍କ ଚାହିଦା

By

Published : Nov 29, 2019, 7:00 PM IST

ଭୁବନେଶ୍ବର: ଆଦିବାସୀଙ୍କ ପତ୍ର ତିଆରି ଟୋପି ଓ ଘରକରଣା ସାମଗ୍ରୀ ରାଜଧାନୀବାସୀଙ୍କ ମନ କିଣୁଛି । ବର୍ତ୍ତମାନ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ପରେ କାଗଜ ଠାରୁ ପତ୍ରରେ ତିଆରି ଜିନିଷର ଚାହିଦା ବଢୁଛି । ଆଉ ହଜି ଯାଇଥିବା ପତ୍ର, ଆଦିବାସୀଙ୍କ ଜିନିଷ ଓ ଘରସଜ୍ଜା ସାମଗ୍ରୀ ଏବେ ରାଜଧାନୀରେ ଦେଖିବାକୁ ମିଳିଛି ।

ପ୍ଲାଷ୍ଟିକ ବ୍ୟାନ ପରେ ବଢୁଛି ଆଦିବାସୀଙ୍କ ଚାହିଦା

ଶାଳପତ୍ରରେ ସୁନ୍ଦର ଟୋପି ସହ ଖଜୁରୀ ପତ୍ରରେ ତିଆରି ବିଭିନ୍ନ ମନଲୋଭା ଘରକରଣା ସାମଗ୍ରୀ ଏବେ ରାଜଧାନୀରେ ଚାଲିଥିବା ଆଦିବାସୀ ଜାତି ଓ ଜନଜାତି କଳାବସ୍ତୁର ମୁଖ୍ୟ ଆକର୍ଷଣ ପାଲଟିଛି ।

କିପରି ଆଦିବାସୀ ଲୋକେ ଜଙ୍ଗଲରେ ଶିକାର କରୁଥିବା ବେଳେ ଖରା ଓ ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ ପତ୍ର ତିଆରି ଟୋପି ପିନ୍ଧୁଥିଲେ ତାହା ଦେଖିବାକୁ ମିଳିଛି । ଅନ୍ୟପଟେ ଖଜୁରୀ ପତ୍ରରେ ଫୁଲ, ମଶୀଣା, ହେୟାର କ୍ଲିପ ବି ମଧ୍ୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details