ଓଡିଶା

odisha

ETV Bharat / city

ହରେକୃଷ୍ଣ ମହତାବଙ୍କ ନାମରେ ହେଉ ଜନ ମଙ୍ଗଳକାରୀ ଯୋଜନା - ହରେକୃଷ୍ଣ ମହତାବଙ୍କ ନାମରେ ହେଉ ଜନମଙ୍ଗଳକାରୀ ଯୋଜନା ଦାବି

ଓଡିଶା ରାଜ୍ୟ ଗଠନ ତଥା ଭୁବନେଶ୍ବରକୁ ରାଜ୍ୟର ରାଜଧାନୀ କରିବାରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏକ ଜନମଙ୍ଗଳକାରୀ ଯୋଜନା କରିବାକୁ ଡ. ହରେକୃଷ୍ଣ ଜୟନ୍ତୀ କମିଟି ଦାବି କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 16, 2019, 10:40 PM IST

ଭୁବନେଶ୍ବର: ପରାଧୀନ ଓଡିଶାର ଶେଷ ପ୍ରଧାନମନ୍ତ୍ରୀ ତଥା ସ୍ବାଧୀନତା ପରବର୍ତ୍ତୀ ଓଡିଶାର ପ୍ରଥମ ମଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ । ସେ ଥିଲେ ଓଡିଶା ରାଜନୀତିର ଦ୍ରୋଣାଚାର୍ଯ୍ୟ । ଓଡିଶା ରାଜ୍ୟ ଗଠନ ତଥା ଭୁବନେଶ୍ବରକୁ ରାଜ୍ୟର ରାଜଧାନୀ କରିବାରେ ତାଙ୍କର ଉଦ୍ୟମ ଉଲ୍ଲେଖନୀୟ ଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆସନ୍ତା 21ରେ ତାଙ୍କର 120ତମ ଜୟନ୍ତୀ ଉତ୍ସବ ଥିବାବେଳେ ରାଜ୍ୟ ସରକାର ତାଙ୍କ ନାମରେ ଏକ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଛି ଡ. ହରେକୃଷ୍ଣ ଜୟନ୍ତୀ କମିଟି । ଶନିବାର ତାଙ୍କ ଜୟନ୍ତୀ ପାଳନ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ସାଧାରଣ ସମ୍ପାଦକ ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏନେଇ ସୂଚନା ଦେଇଛନ୍ତି ।

ଆସନ୍ତା ନଭେମ୍ବର 20 ଓ 21 ଦୁଇ ଦିନ ଧରି ଏହି ଉତ୍ସବ ପାଳନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । 21ରେ ପିଏମଜି ଠାରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ଜୟନ୍ତୀ କମିଟିର ସଭାପତି ବିଶ୍ବଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏଥି ସହିତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା 51ଟି ପାଇକ ଦଳ ସମେତ ରାଜ୍ୟ ବାହରରୁ ଆସିଥିବା କଳାକାରମାନେ ଶୋଭାଯାତ୍ରାରେ ଭାଗ ନେବେ । ତେବେ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗ୍ରାମ ପାଇକରାୟ, ଅମୀୟ ଦାଶ, ପ୍ରକାଶ ମହାନ୍ତିଙ୍କ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details