ଓଡିଶା

odisha

ETV Bharat / city

ଅନଲକ୍ ପ୍ରକ୍ରିୟା ଆରମ୍ଭ ପାଇଁ ଉଠିଲାଣି ଦାବି - ଅନଲକ୍ ଦାବି

ରାଜ୍ୟରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଫଳରେ ରାଜ୍ୟ ଅନଲକ୍ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି । ଅଧିକ ପଢନ୍ତୁ...

ଅନଲକ୍ ପ୍ରକ୍ରିୟା ଆରମ୍ଭ ପାଇଁ ଉଠିଲାଣି ଦାବି
ଅନଲକ୍ ପ୍ରକ୍ରିୟା ଆରମ୍ଭ ପାଇଁ ଉଠିଲାଣି ଦାବି

By

Published : Jun 14, 2021, 10:22 PM IST

ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଫଳରେ ରାଜ୍ୟ ଅନଲକ୍ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି ।

ଅନଲକକୁ ନେଇ ବରିଷ୍ଠ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସିଲେକ୍ଟିଭ୍ ଲକଡାଉନ୍ କରିବା କଥା, ସରକାର ଏବେ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବା କଥା । କାରଣ ଜୀବିକା ଜୀବନ ଉପରେ ଧ୍ୟାନ ରଖି ବର୍ତ୍ତମାନ କାମ କରିବା କଥା । ଯେଉଁ ଏରିଆରେ କୋରୋନା ନାହିଁ ସେଠାରେ ଲକଡାଉନ୍ କୋହଳ କରାଯିବା ଉଚିତ । ଏହାସହ ଯେଉଁ ଏରିଆରେ କୋରୋନାର ପ୍ରଭାବ ରହିଛି, ସେହି ସ୍ଥାନରେ କଟକଣା ରଖାଯାଉ ବୋଲି କହିଛନ୍ତି ଡାକ୍ତର ମହାପାତ୍ର ।

ଅନଲକ୍ ପ୍ରକ୍ରିୟା ଆରମ୍ଭ ପାଇଁ ଉଠିଲାଣି ଦାବି
ଏହାସହ ତୃତୀୟ ଲହରକୁ ନେଇ ସେ କହିଛନ୍ତି ଯେ, ଟ୍ରିଟମେଣ୍ଟ, ଭ୍ୟାକସିନେସନ ଓ ମାସ୍କକୁ କଡାକଡି କରିବା ଉଚିତ । ଏହାସହ ସୋସିଆଲ ଓ ପଲିଟିକାଲ୍ ମିଟିଂକୁ 6 ମାସ ପର୍ଯ୍ୟନ୍ତ ବ୍ୟାନ କଲେ ତୃତୀୟ ଲହରକୁ ସରକାର ରୋକିପାରିବେ ବୋଲି ସେ କହିଛନ୍ତି ।ସେପଟେ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ, ଜନଜୀବନ ଓ ଜୀବିକାକୁ ଦେଖି ଏହାକୁ ପାର୍ସିଆଲ ଅନଲକ କରାଯାଉ । ସଂକ୍ରମଣ ସ୍ଥିତିକୁ ଦେଖି ଅନଲକ୍ ନିଷ୍ପତ୍ତି ହେଉ, ପର୍ଯ୍ୟାୟ କ୍ରମେ ଅନଲକ୍ ହେଉ ବୋଲି କହିଛନ୍ତି ଗୋଲକ ମହାପାତ୍ର ।ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details