ଓଡିଶା

odisha

ଅଧିକ ମାରାତ୍ମକ ‘ଡେଲ୍‌ଟା ପ୍ଲସ’ ଭ୍ୟାରିଆଣ୍ଟ, 6 ମାସ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ

By

Published : Jun 24, 2021, 5:51 PM IST

ଦେଶରେ ଆତଙ୍କ ଖେଳାଇଛି କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ‘ଡେଲ୍‌ଟା ପ୍ଲସ’ । ପୂର୍ବାପେକ୍ଷା ହୋଇପାରେ ଅଧିକ ଘାତକ । ଆଗାମୀ 6 ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ....

ଅଧିକ ମାରାତ୍ମକ ‘ଡେଲ୍ଟା ପ୍ଲସ’ ଭ୍ୟାରିଆଣ୍ଟ, 6 ମାସ ପର୍ଯ୍ୟନ୍ତ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ
ଅଧିକ ମାରାତ୍ମକ ‘ଡେଲ୍ଟା ପ୍ଲସ’ ଭ୍ୟାରିଆଣ୍ଟ, 6 ମାସ ପର୍ଯ୍ୟନ୍ତ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ବର: ଦେଶରେ ଆତଙ୍କ ଖେଳାଇଛି କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଡେଲ୍‌ଟା ପ୍ଲସ । ଡେଲ୍‌ଟା ପ୍ଲସ ଅଧିକ ମାତ୍ରାରେ ଲଙ୍ଗସ୍ ସେଲ ଉପରେ ପ୍ରଭାବ ପକାଉଛି । ତେଣୁ ସିକୁଏନ୍ସିଙ୍ଗକୁ ବଢ଼ାଇବା ସହ ଟେଷ୍ଟିଂ, କଣ୍ଟାକ ଟ୍ରେସିଂ ଓ ଆଇସୋଲେସନ୍ ଜୋରଦାର କରିବାକୁ ପଡ଼ିବ। ମହାରାଷ୍ଟ୍ରରେ ଯେମିତି କଡାକଡି କରୁଛନ୍ତି, ସେଭଳି କରିବାକୁ ପଡିବା ସହ 6 ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଅଧିକ ମାରାତ୍ମକ ‘ଡେଲ୍ଟା ପ୍ଲସ’ ଭ୍ୟାରିଆଣ୍ଟ, 6 ମାସ ପର୍ଯ୍ୟନ୍ତ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ଦେଶରେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଏବେ ସୁଦ୍ଧା 40ଟି କେଶ ଚିହ୍ନଟ ହୋଇଛି। ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ଏହା ଅଧିକା ଚିହ୍ନଟ ହୋଇଛି । ଦୁଇ ଦିନ ତଳେ ଏହା ଭ୍ୟାରିଆଣ୍ଟ ଅଫ ଇଣ୍ଟରେଷ୍ଟ କ୍ୟାଟାଗୋରୀରେ ଥିଲା। ଗତକାଲି ଏହା ଭ୍ୟାରିଆଣ୍ଟ ଅଫ କଂସରନ୍ସ ବୋଲି ଭାରତ ସରକାର ଘୋଷଣା କରିଛନ୍ତି। ଡେଲ୍‌ଟା ପ୍ଲସକୁ ନେଇ ଯଥେଷ୍ଟ ଗବେଷଣା ହୋଇନାହିଁ। ଯାହା ଆକଳନ ହୋଇଛି ଏହାଦ୍ୱାରା ଅଧିକା ସଂକ୍ରାମକ ହୋଇପାରେ । ଏଥିରେ ରୋଗୀ ଅଧିକ ଗୁରୁତର ହେବାର ଆଶଙ୍କା ରହିଛି । ଏଥିରେ ଫୁସଫୁସ ସଂକ୍ରମଣ ଅଧିକା ହେବ । ଏହା ଆଣ୍ଟିବଡି ପ୍ରଡକସନ ଲେଭଲ ଓ ରୋଗ ପ୍ରତିରୋଧକ ଶକ୍ତିକୁ ବାଇପାସ କରିବ ବୋଲି ଆକଳନ କରାଯାଉଛି ।

ସେଥିପାଇଁ ସରକାର ଜିନମ ସିକୁଏନ୍ସି ବଢ଼େଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକା ସଂଖ୍ୟାର ଡେଲ୍‌ଟା ପ୍ଲସ ମାମଲା ୟୁକେ ଓ ଜର୍ମାନୀରେ ଚିହ୍ନଟ ହେଇଛି। ସେମାନେ ଏହାକୁ ‘ଭ୍ୟାରିଆଣ୍ଟ ଅଫ କନ୍ସରନ’ ଘୋଷଣା କରିସାରିଛନ୍ତି। ଯେହେତୁ ଖୋର୍ଦ୍ଧା କଟକ ଯାଜପୁରରେ ମାମଲାର ପରିମାଣ ଅଧିକ ରହିଛି ତେଣୁ ଏହି ସବୁ ଜିଲ୍ଲା ହାଇ ପ୍ରିଭିଲାନ୍ସ ଜୋନରେ ରହିଛି। ଯେହେତୁ ଭୂତାଣୁ ବଞ୍ଚିବାକୁ ଚେଷ୍ଟା କରୁଛି ସେଥିପଇଁ ମ୍ୟୁଟେସନ୍ ବି ହବ ଓ ଭ୍ୟାରିଆଣ୍ଟ ବି ବଦଳିବାର ଯେଥେଷ୍ଟ ଆଶଙ୍କା ରହିଛି । ତେଣୁ ଗୋଟିଏ ଉପାୟ, ଆମକୁ ଟ୍ରାନ୍ସମିଶନ ଚେନ ଭାଙ୍ଗିବାକୁ ପଡିବା ସହ ଓ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ଡେଲ୍‌ଟା ପ୍ଲସ ଅଧିକ ଇନଫେସ୍କନ, ଲଙ୍ଗସ୍ ସେଲ ଉପରେ ଅଧିକ ପ୍ରଭାବ ପକାଉଛି। ଆଣ୍ଟିବଡି କକଟେଲ ଲେସ ଇଫେକ୍ଟିଭ ହେଇପାରେ। ଏହି 3ଟି ସୂଚନା ଏନେଇ ମିଳିପାରିଛି । ଆମେ ଯଦି ୟୁକେ କଥା ଦେଖିବା ତାଙ୍କର 41 କେଶ ଡିଟେକ୍ଟ ହେଇଛି । ତାଙ୍କର କେସ୍ ଲୋଡ଼ 9300 ପାଖାପାଖି ପ୍ରତିଦିନ ହେଉଛି, ସେମାନେ 100 ପ୍ରତିଶତ ଜେନୋମିକ ସିକୁଏନ୍ସ କରିଛନ୍ତି । ଦୁଇ ମାସ ଭିତରେ ତାଙ୍କର 41 କେଶ ଡିଟେକ୍ଟ ହୋଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଭ୍ୟାରିଏଣ୍ଟ ଅଫ କନସରନ ଘୋଷଣା କରିନାହାନ୍ତି । କେବଳ ଭାରତ କରିଛି, ଭ୍ୟାକ୍ସିନ ଏହା ବିରୋଧରେ କାମ କରୁଛି କି ନାହିଁ ସେ ତଥ୍ୟ ଖୁବଶୀଘ୍ର ଆମର ଆସିଯିବ ବୋଲି ସେ ମତ ଦେଇଛନ୍ତି ।

ଏକ ମ୍ୟୁଟେସନ୍ ହୋଇଛି, ଏହି ମ୍ୟୁଟେସନ୍ ‘ବିଟା ଭ୍ୟାରିଏଣ୍ଟ’ରେ ଦେଖିବାକୁ ମିଳିଥିଲା ଯାହା ସାଉଥ ଆଫ୍ରିକାରୁ ଅରିଜିନେଟ ହେଇଥିଲା। ଏହା ଅଧିକା କ୍ଷତିକାରକ ଥିଲା ଓ ୟଙ୍ଗ ଏଜ ଲୋକଙ୍କୁ ଅଧିକା ଆଫେକ୍ଟ କରୁଥିଲା,ଯେହେତୁ ସେହି ମ୍ୟୁଟେସନ୍ ଏଥିରେ ଅଛି ଓ ଇମ୍ୟୁନିଟି ଏସ୍କେପ ମେକାନିଯିମ ଏଥିରେ ଅଛି ତେଣୁ ଡର ରହୁଛି, ସେଥିପାଇଁ ଏହାକୁ ଭାରତରେ ଚିନ୍ତାଜନକ ବିଷୟ ବୋଲି ଘୋଷଣା କରାଯାଉଛି। ଆମକୁ 6 ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡିବ । ଜେନାମିକ ସିକୁଏନ୍ସକୁ ବଢ଼େଇବା ସହ ଆମକୁ ଟେଷ୍ଟିଂ କଣ୍ଟାକ ଟ୍ରେସିଂ ଓ ଆଇଶୋଲେସନ୍ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ପଡିବ।

ସେହିପରି ମହାରାଷ୍ଟ୍ରରେ ଯେମିତି କଡାକଡି କରୁଛନ୍ତି, ସେଭଳି କରିବାକୁ ପଡିବ । ସେମିତି ହେଲେ ଭାଇରସ୍ ବ୍ୟାପି ପାରିବନି । ଆମର ଏବେ ଅଳ୍ପ ଲୋକଙ୍କ ଜେନାମିକ ସିକୁଏନ୍ସ ହେଉଛି, ତାକୁ ବଢ଼େଇବାକୁ ପଡିବ । ଲୋକ ନିୟମ ମାନୁ ନ ଥିବାରୁ ସଂକ୍ରମଣରେ ରୋକ ଲାଗୁନାହିଁ । ରାସ୍ତାରେ ହଜାର ହଜାର ସଂଖ୍ୟାରେ ଗାଡି ଚାଲୁଛି । ଯେଭଳି ସଂକ୍ରମଣର ସ୍ତର ରହିଛି 1 ତାରିଖରୁ ଅନଲକ ପ୍ରକ୍ରିୟା କୋହଳ ହେବା ନେଇ ଜଣାପଡୁନଥିବା କଥା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details