ଓଡିଶା

odisha

ETV Bharat / city

ଦିଲ୍ଲୀ ନିର୍ବାଚନ ଫଳାଫଳ: ଲୋକଙ୍କ ନିଷ୍ପତ୍ତିକୁ ବିଜେପିର ସ୍ବାଗତ - ଜନାଦେଶକୁ ସ୍ବାଗତ କଲା ବିଜେପି

ଦିଲ୍ଲୀ ନିର୍ବାଚନରେ ବିଜେପିର ବିଫଳତା ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। ଲୋକଙ୍କ ବିଶ୍ବାସ ଓ ଲୋକଙ୍କ ନିଷ୍ପତ୍ତିକୁ ଦଳ ମୁଣ୍ଡପାତି ସ୍ବାଗତ କରୁଥିବା ସେ ପ୍ରକାଶ କରିଛନ୍ତି ।

delhi election results, bjp accepts defeat, bjp accepts people's decision with bowing head, odisha bjp on delhi election results, ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ଓଡିଶା ବିଜେପିର ପ୍ରତିକ୍ରିୟା, ଦିଲ୍ଲୀ ନିର୍ବାଚନ ଫଳାଫଳ, ଜନାଦେଶକୁ ସ୍ବାଗତ କଲା ବିଜେପି, ମୁଣ୍ଡପାତି ଜନାଦେଶକୁ ସ୍ବାଗତ କଲା ବିଜେପି
ଦିଲ୍ଲୀ ନିର୍ବାଚନ ଫଳାଫଳ: ଲୋକଙ୍କ ନିଷ୍ପତ୍ତିକୁ ମୁଣ୍ଡପାତି ସ୍ବାଗତ କଲା ବିଜେପି

By

Published : Feb 11, 2020, 6:40 PM IST

ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପଥରେ ଅଗ୍ରସର ହେଉଛି ଆମ ଆଦମୀ ପାର୍ଟି(ଆପ୍‌)। ସେପଟେ ମାତ୍ର 7ଟି ଭୋଟ ସହ ବିଜେପିକୁ ପରାଜୟ ସ୍ବୀକାର କରିବାକୁ ପଡିଛି । ଦଳର ଏହି ବିଫଳତାକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। ଲୋକଙ୍କ ବିଶ୍ବାସ ଓ ଲୋକଙ୍କ ନିଷ୍ପତ୍ତିକୁ ଦଳ ମୁଣ୍ଡପାତି ସ୍ବାଗତ କରୁଥିବା ସେ ପ୍ରକାଶ କରିଛନ୍ତି ।

ଦିଲ୍ଲୀ ନିର୍ବାଚନ ଫଳାଫଳ: ଲୋକଙ୍କ ନିଷ୍ପତ୍ତିକୁ ମୁଣ୍ଡପାତି ସ୍ବାଗତ କଲା ବିଜେପି

ସେପଟେ ଦିଲ୍ଲୀ ଫଳାଫଳକୁ ନେଇ ଓଡ଼ିଶାରେ ପ୍ରଭାବ ପଡିଥିବା ପୃଥ୍ବୀରାଜ କହିଛନ୍ତି। ଦିଲ୍ଲୀ ଲଢେଇରେ ଦଳର ବିଫଳତା ନେଇ ତର୍ଜମା କରାଯିବ ବୋଲି ସେ କହିଛନ୍ତି । ଏଥିସହ ଦରକାର ପଡିଲେ ଆଗାମୀ ଦିନରେ ଆବଶ୍ୟକୀୟ ପଦକ୍ଷପ ନିଆଯିବ ବୋଲି ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

ଦିଲ୍ଲୀ ନିର୍ବାଚନରେ ଲୋକଙ୍କ ସାମ୍ନାକୁ ସରକାରଙ୍କ ଅପାରଗତା ଦର୍ଶାଇବା ପାଇଁ ଦଳ ଶତ ଚେଷ୍ଟା କରିଥିଲା ସତ ହେଲେ ଦିଲ୍ଲୀବାସୀ ସେବୁକୁ ବାଦ ଦେଇ ନିଜ ମତ ସାବ୍ୟସ୍ତ କରିଛନ୍ତି । ଏହା ସ୍ବାଗତ ଯୋଗ୍ୟ । ସେପଟେ ଅଧିକ ଟିପ୍ପଣୀ ଦେବାର କୌଣସି ଆବଶ୍ୟକତା ନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ସେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details