ଓଡିଶା

odisha

ETV Bharat / city

ସାବାଡ ହେବେ ତେଲ ଅପମିଶ୍ରଣକାରୀ, ଖାଇବା ତେଲର ହେବ ମାନ ପରୀକ୍ଷଣ - ମାନ ପରୀକ୍ଷଣ ପାଇଁ ରିଟେଲ କାଉଣ୍ଟର ଗୋଦାମ ଓ ମଲରୁ ତେଲର ନମୁନା ସଂଗ୍ରହ ହେବ

ରାଜ୍ୟରେ ତେଲ ଅପମିଶ୍ରଣକାରୀଙ୍କୁ ସାବାଡ କରିବା ପାଇଁ ଆରମ୍ଭ ହୋଇଛି ରଣନିତୀ । ଆଜିଠୁ ଖାଇବା ତେଲ ନମୁନା ସଂଗ୍ରହ ପରେ କରାଯିବ ମାନ ପରୀକ୍ଷଣ । ଅଧିକ ପଢନ୍ତୁ

ଖାଇବା ତେଲର ହେବ ମାନ ପରୀକ୍ଷଣ, ଅପମିଶ୍ରଣ ନେଇ ପ୍ରମାଣ ମିଳିଲେ ହେବ କାର୍ଯ୍ୟାନୁଷ୍ଠାନ
ଖାଇବା ତେଲର ହେବ ମାନ ପରୀକ୍ଷଣ, ଅପମିଶ୍ରଣ ନେଇ ପ୍ରମାଣ ମିଳିଲେ ହେବ କାର୍ଯ୍ୟାନୁଷ୍ଠାନ

By

Published : Aug 1, 2022, 6:59 PM IST

ଭୁବନେଶ୍ବର:ସାବାଡ ହେବେ ତେଲ ଅପମିଶ୍ରଣକାରୀ । ଖାଇବା ତେଲର ଅପମିଶ୍ରଣକୁ ନେଇ ଚିନ୍ତାରେ ଖାଦ୍ୟ ସୁରକ୍ଷା ବିଭାଗ । ଅପମିଶ୍ରଣକାରୀଙ୍କୁ ସାବାଡ କରିବା ପାଇଁ ରାଜ୍ୟରେ ଆଜିଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ରାଣ୍ଡେଡ଼ ଖାଇବା ତେଲ ନମୁନା ସଂଗ୍ରହ କରାଯିବ । ଏହାପରେ ମାନ ପରୀକ୍ଷଣ କରି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।

ଖାଇବା ତେଲର ହେବ ମାନ ପରୀକ୍ଷଣ, ଅପମିଶ୍ରଣ ନେଇ ପ୍ରମାଣ ମିଳିଲେ ହେବ କାର୍ଯ୍ୟାନୁଷ୍ଠାନ

ଖାଇବା ତେଲରେ ଅପମିଶ୍ରଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଏହାକୁ ଚେକ ଦେବା ପାଇଁ ସାରା ରାଜ୍ୟରୁ ଆଜିଠାରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ତେଲ ନମୁନା ସଂଗ୍ରହ ହେବ। ମିନେରାଲ ଅଏଲ, ଆର୍ଗେମନ ଅଏଲ, ବ୍ଲେଣ୍ଡେଡ଼ ଅଏଲ, ଟ୍ରାନ୍ସ ଫାଟି ଅଏଲର ଉପସ୍ଥିତି ବିଭିନ୍ନ ଖାଇବା ତେଲରେ କେତେ ରହିଛି ତାହାର ମାନ ପରୀକ୍ଷଣ କରାଯିବ । ବିଶେଷ କରି ପ୍ରତି ଖାଇବା ତେଲରେ କେତେ ଟ୍ରାନ୍ସଫାଟି ଏସିଡ ରହୁଛି ସେ ନେଇ ପରୀକ୍ଷା ହେବ । ସେଥିପାଇଁ ସାରା ରାଜ୍ୟରେ ଆଜିଠାରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ତେଲ ନମୁନା ସଂଗ୍ରହ ହେବ। ସଂଗ୍ରହୀତ ତେଲ ନମୁନାର ପରୀକ୍ଷା ନିମନ୍ତେ କଲିକତା ଟେଷ୍ଟିଂ ଲ୍ୟାବକୁ ପଠାଯିବ । ଅଗଷ୍ଟ ଶେଷ ସୁଦ୍ଧା ଲ୍ୟାବରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖାଦ୍ୟ ନିରାପତ୍ତା ବିଭାଗ କମିଶନର ଡ଼ଃ ବୃନ୍ଦା କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ରୁ ମୋଟ ୧୨୬ଟି ତେଲ ନମୁନା ବିଭିନ୍ନ ରିଟେଲ କାଉଣ୍ଟର, ଗୋଦାମ, ମଲରୁ ସଂଗ୍ରହ କରାଯିବ । ବ୍ରାଣ୍ଡେଡ଼ ପ୍ୟାକେଟ ତେଲ ସହ ଖୋଲା ବନସ୍ପତି ତେଲର ନମୁନା ମଧ୍ୟ ସଂଗ୍ରହ ହେବ । ନମୁନାରେ ଅପମିଶ୍ରଣ ହେଉଥିବା ପ୍ରମାଣ ମିଳିଲେ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ଷ୍ଟେଟ ଫୁଡ଼ ଅଫିସର ପ୍ରତୀକ୍ଷା ଦାଶ ମହାପାତ୍ର ।

ସୂଚନା ଅନୁସାରେ, ୨୦୨୦ ମସିହାରେ ସାରା ଦେଶରେ ଏହି ଅଭିଯାନ ଆରମ୍ଭ ହେଇଥିଲା । ୭୨ଟି ତେଲ ସାମ୍ପୁଲ କଲେକ୍ସନ ହୋଇଥିବା ବେଳେ ୮ଟି ତେଲ ନମୁନାରେ ଅପମିଶ୍ରଣ ହୋଇଥିବା ଦେଖା ଦେଇଥିଲା । କିନ୍ତୁ କୋଭିଡ ସ୍ଥିତି ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details