ଭୁବନେଶ୍ବର:ମହିଳା ଏସିଆ କପ ହକି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ହକି ଇଣ୍ଡିଆ ଘୋଷଣା କରିଥିବା ୧୮ ଜଣିଆ ଦଳରେ ଗୋଲକିପର ସବିତା ପୁନିଆଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ସେପଟେ ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କାଙ୍କୁ ଦଳରେ ଉପ ଅଧିନାୟିକା ଦାୟତ୍ବ ଦିଆଯାଇଛି । ଦଳରେ ଟୋକିଓ ଅଲମ୍ପିକ୍ସରେ ଦଳରେ ସାମିଲ ଥିବା ୧୬ ଜଣ ଖେଳାଳି ସାମିଲ ରହିଛନ୍ତି ।
ଦୀପଗ୍ରେସ ଏକ୍କାଙ୍କ ସହ ଓଡ଼ିଆ ଝିଅ ମାରିଆନା କୁଜୁରଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ଜାନୁଆରୀ 21 ତାରିଖରୁ 28 ତାରିଖ ଯାଏଁ ଓମାନର ମସ୍କାଟରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଡ଼ିଫେଣ୍ଡିଂ ଚମ୍ପିଆନ୍ ଭାରତ ସହ ଚୀନ, ଇଣ୍ଡୋନେସିଆ, ଜାପାନ, ମାଲେସିଆ, ସିଙ୍ଗାପୁର, ଥାଇଲଣ୍ଡ, ସାଉଥ କୋରିଆ ପ୍ରମୁଖ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୪ଟି ଟିମ୍ ୨୦୨୨ FIH ହକି ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିବେ ।