ଓଡିଶା

odisha

Weather Update, ଆଜିଠୁ ରାଜ୍ୟରେ କମିବ ବର୍ଷା

By

Published : Aug 21, 2022, 9:28 AM IST

ଦୁର୍ବଳ ହେଲା ଗଭୀର ଅବପାତ । ଆଜିଠୁ ରାଜ୍ୟରେ କମିବ ବର୍ଷା । ଆଜି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଅଧିକ ପଢନ୍ତୁ

Weather Update, ଆଜିଠୁ ରାଜ୍ୟରେ କମିବ ବର୍ଷା
Weather Update, ଆଜିଠୁ ରାଜ୍ୟରେ କମିବ ବର୍ଷା

ଭୁବନେଶ୍ବର: ଦୁର୍ବଳ ହେଲା ଗଭୀର ଅବପାତ । ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ବବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଦୁବର୍ଳ ହୋଇ ଏକ ଅବପାତରେ ପରିଣତ ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ଯାଏଁ ନିଜର ଗତିର ଦିଗ ବଜାୟ ରଖିବା ସହ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ । ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ଯୋଗୁଁ ଓଡିଶା ଉପରେ ଆଜିଠାରୁ ଏହାର ପ୍ରଭାବ କମିବ । ଯାହାଫଳରେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ମଧ୍ୟ କମିବାର ସମ୍ଭାବନା ରହିଛି ।

ଏହାମଧ୍ୟ ପଢନ୍ତୁ: ବଢୁଛି ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଜଳସ୍ତର, ବଡ ବନ୍ୟା ଆଶଙ୍କା

ଆଜି(ରବିବାର) କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲି ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆଜି ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ପ୍ରବଳ ବର୍ଷା ହେବ । ଏନେଇ ଆଇଏମଡି ପକ୍ଷରୁ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ପ୍ରକାଶଥାଉ କି, ଅବପାତ ଗଭୀର ଅବପାତରେ ରୂପ ନେବା ଯୋଗୁଁ ୧୯ ଓ ୨୦ ତାରିଖରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details