ଓଡିଶା

odisha

ETV Bharat / city

ଘନଉଛି ବାତ୍ୟା: ପାରାଦୀପ ଠାରୁ 800 କିମି ଦୂରରେ ବୁଲବୁଲ, ବର୍ଷା ସମ୍ଭାବନା - DEEP DEPRESSION

ଗୁରୁବାର ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ଭୟଙ୍କର ବାତ୍ୟାର ରୂପ ନେବ । ଅଧିକ ପଢନ୍ତୁ...

ଘନଉଛି ବାତ୍ୟା: ପାରାଦ୍ବୀପ ଠାରୁ 800 କିମି ଦୂରରେ, ଓଡିଶାକୁ ବର୍ଷା

By

Published : Nov 6, 2019, 7:12 PM IST

Updated : Nov 6, 2019, 9:09 PM IST

ଭୁବନେଶ୍ବର: ଘନଉଛି ବାତ୍ୟା । ଗଭୀର ଅବପାତ ପରେ ଏବେ ଭୟଙ୍କର ବାତ୍ୟାର ରୂପ ନେଉଛି ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ । ଏହା ପାରାଦୀପ ଠାରୁ 800 କିମି ଦୂରରେ ରହିଛି ।

ଘନଉଛି ବାତ୍ୟା: ପାରାଦ୍ବୀପ ଠାରୁ 800 କିମି ଦୂରରେ, ଓଡିଶାକୁ ବର୍ଷା

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ ଅନୁସାରେ, ଗୁରୁବାର ଏହା ଭୟଙ୍କର ବାତ୍ୟାର ରୂପ ନେବ । 8,9 ଓ 10ରେ ଅତି ଭୟଙ୍କର ରୂପ ନେଇ ତାଣ୍ଡବ ରଚିବାର ସମ୍ଭାବନା ରହିଛି। ହେଲେ ଓଡ଼ିଶାରେ ଏହାର ପ୍ରକୋପ କ'ଣ ରହିବ ସେନେଇ କିଛି ଜଣାପଡିନାହିଁ।

ବର୍ତ୍ତମାନ ସାମୁଦ୍ରିକ ବାତ୍ୟାର ଗତିବିଧି ଯାହା, ଏହାର ପ୍ରଭାବରେ ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ଯୋଗୁଁ ପବନର ବେଗ ଘଣ୍ଟାପ୍ରତି 40ରୁ 50 କିମି ରହିବା ନେଇ ଆକଳନ କରାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 6, 2019, 9:09 PM IST

ABOUT THE AUTHOR

...view details