ଓଡିଶା

odisha

ETV Bharat / city

ଆରପାରିରେ ଜେଟଲୀ: ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଆଜି ଅରୁଣ ଜେଟଲୀଙ୍କ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସ୍ବର୍ଗତଃ ଜେଟଲୀଙ୍କ ପ୍ରତି ନିଜର ଶୋକବ୍ୟକ୍ତ କରିବା ସହିତ ଦିବଙ୍ଗତ ନେତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

By

Published : Aug 24, 2019, 2:41 PM IST

ଭୁବନେଶ୍ବର: ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଆଜି ଅରୁଣ ଜେଟଲୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସ୍ବର୍ଗତଃ ଜେଟଲୀଙ୍କ ପ୍ରତି ନିଜର ଶୋକବ୍ୟକ୍ତ କରିବା ସହିତ ଦିବଙ୍ଗତ ନେତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତାଙ୍କୁ ଜଣେ ବିଚକ୍ଷଣ ନେତା ସହିତ ପ୍ରବୀଣ ଆଇନଜ୍ଞ ଓ ବରିଷ୍ଠ ଅର୍ଥନୀତି ବିଶାରଦ ବୋଲି ଉଲ୍ଲେଖ କରିଛନ୍ତି । ସେ ଦେଶ ପାଇଁ ତଥା ଭାରତୀୟ ଜନତା ପାର୍ଟିର ଜଣେ ଅମୂଲ୍ୟ ସମ୍ପଦ ଥିଲେ। ତାଙ୍କ ବିୟୋଗରେ ଆମେ ମର୍ମାହତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ଏହି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details