ଓଡିଶା

odisha

ETV Bharat / city

କମୁଛି ଜଙ୍ଗଲ ନିଆଁ: ଟାସ୍କଫୋର୍ସ ମୁଖ୍ୟ - similipal forest fire news

ଶିମିଳିପାଳ ଅଭାୟରଣ୍ୟ ସମେତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଏବେ ନିଆଁ କମିବାରେ ଲାଗିଛି । ଏନେଇ ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Declining forest fires in state
କମୁଛି ଜଙ୍ଗଲ ନିଆଁ : ଟାସ୍କଫୋର୍ସ ମୁଖ୍ୟ

By

Published : Mar 10, 2021, 7:34 PM IST

ଭୁବନେଶ୍ବର: କମୁଛି ଜଙ୍ଗଲ ନିଆଁ । ଶିମିଳିପାଳ ଅଭାୟରଣ୍ୟ ସମେତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଏବେ ନିଆଁ କମିବାରେ ଲାଗିଛି । ଏନେଇ ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

ରାଜ୍ୟରେ କମୁଛି ଜଙ୍ଗଲ ନିଆଁ । 290 ଫାୟାର ପଏଣ୍ଟ ସଂଖ୍ୟା ହ୍ରାସ ପାଇ 268 ହୋଇଥିବା ସୂଚନା ଦେଇଛନ୍ତି ଟାସ୍କଫୋର୍ସ ମୁଖ୍ୟ । ଶିମିଳିପାଳ ନିଆଁ ଲିଭାରେ 750 ନିୟମିତ ଓ 800 ଅତିରିକ୍ତ ୱାଚର ଲାଗିଛନ୍ତି । 2 ଟି ଓଡ୍ରାଫ ଟିମ ସହ 20 ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଗତ 24 ଘଣ୍ଟାରେ କୌଣସି ଜୀବଜନ୍ତୁ ମୃତାହତ ଓ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ପାଖାପାଖି 400 ବ୍ଲୋୟର ଶିମିଳିପାଳ ବ୍ୟାଘ୍ର ପକଳ୍ପ ଅଞ୍ଚଳରେ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ବ୍ୟାପକ ସଚେତନତା ସହ ଏହି ଇଲାକାରେ ଭିଏସଏସ , ଇଡିସି, ପିଆରଆଇ, ମିଶନ ଶକ୍ତି ସ୍ଥାନୀୟ ଆଦିବାସୀ ମୁଖିଆ ମାନଙ୍କୁ ନେଇ 600 ଗୋଟି ସଚେତନତା ବୈଠକରେ ଆୟୋଜନ କରାଯାଉଛି ।

ଗତ କିଛି ଦିନ ହେଲା ଶିମିଳିପାଳ ଅଭାୟରଣ୍ୟରେ ନିଆଁର ପ୍ରକୋପ ବୃଦ୍ଧି ପାଇଥିଲା । ଏହାପରେ ସରକାର ନିଆଁ ଲିଭାଇବା ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲା । ବନବିଭାଗ ଓ ସରକାର ପକ୍ଷରୁ ଲୋକଙ୍କୁ ବ୍ୟାପକ ସଚେତନତା କରାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details