ଭୁବନେଶ୍ବର: ସରକାରୀ ସ୍କୁଲକୁ ସାମ୍ବାଦିକଙ୍କ ପ୍ରବେଶ ବାରଣ ପ୍ରସଙ୍ଗରେ ଆଜି ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା କହିଛନ୍ତି, ଯେଉଁ ସ୍ତରରେ ଓ ଯିଏ ଏହି ନିଷ୍ପତ୍ତି ନେଇଛନ୍ତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ସାମ୍ବାଦିକ ମାନଙ୍କୁ ସମସ୍ତ ସ୍ଥାନକୁ ଯିବା ପାଇଁ ସ୍ୱତନ୍ତ୍ରତା ମିଳିବା କଥା । ଗୋଟିଏ କଥା ପଚାରିବାକୁ ଚାହେଁ, ଯଦି ମତେ କିଛି ଲୁଚାଇବାର ନାହିଁ, ମୁଁ କାହିଁକି କାହାକୁ ଡରିବି । ଯିଏ ଆସନ୍ତୁ, ଯିଏ ଭିଡିଓ ତିଆରି କରନ୍ତୁ । ଯିଏ ଯାହା ପଚାରନ୍ତୁ ନିଶ୍ଚିତ ଭାବରେ ଉତ୍ତର ଦେବି । ଆଉ କବାଟ ଖୋଲିକି ଦେଖାଇବି । ଆମେ ଯେତେବେଳେ ପାରଦର୍ଶିତା କଥା କହୁଛୁ । ସ୍ୱଚ୍ଛତା କଥା କହୁଛୁ ।
ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ, ସାମ୍ବାଦିକଙ୍କ ପ୍ରତି କଟକଣା ଅନୁଚିତ: ସାଂସଦ ଅପରାଜିତା
ସରକାରୀ ସ୍କୁଲକୁ ସାମ୍ବାଦିକଙ୍କ ପ୍ରବେଶ ବାରଣ ପ୍ରସଙ୍ଗରେ ଆଜି ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ
ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ, ସାମ୍ବାଦିକଙ୍କ ପ୍ରତି କଟକଣା ଅନୁଚିତ: ସାଂସଦ ଅପରାଜିତା
ତାହେଲେ ଆମେ ସାମ୍ବାଦିକ ମାନଙ୍କୁ କାହିଁକି ମନା କରିବା । ସେମାନେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ । ଲୋକତନ୍ତ୍ର, ଗଣତନ୍ତ୍ର ଓ ପ୍ରଜାତନ୍ତ୍ରର ବହୁତ ବଡଅଙ୍ଗ ଗଣମାଧ୍ୟମ । ତାଙ୍କୁ ଆମେ ସମସ୍ତେ ମିଶି ସମ୍ମାନ ଦେବା ଉଚିତ । ଆଉ ଯେଉଁ ନିଷ୍ପତି ଢେଙ୍କାନାଳର କଙ୍କଡାହାଡରେ ନିଆଗଲା । ଏହି କଟକଣା ପ୍ରତ୍ୟାହାର ନିଷ୍ପତି ସମଗ୍ର ଓଡିଶାରେ ହେଉ । ଏହା ଭୁଲ ନିର୍ଦ୍ଦେଶ । ଆଉ ଭୁଲ ନିର୍ଦ୍ଦେଶ କେବେ ବି କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ସାଂସଦ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର