ଓଡିଶା

odisha

ETV Bharat / city

ଘରୋଇ ହସ୍ପିଟାଲ ନାଁରେ କିଡନୀ ଚୋରି ଅଭିଯୋଗ, ସତ ଖୋଜିବାକୁ ହେଲା ପୋଷ୍ଟମର୍ଟମର ଭିଡିଓ

ରାଜଧାନୀର ଏକ ବଡ଼ ଘରୋଇ ହସ୍ପିଟାଲ ବିରୋଧରେ କିଡ଼ନୀ ଚୋରି ଅଭିଯୋଗ ହୋଇଛି । ଏହାର ସତ୍ୟତା ଖୋଜିବା ଲାଗି ପୋଷ୍ଟମର୍ଟମର ଭିଡ଼ିଓ କରାଯାଇଥିବା ଜଣାପଡ଼ିଛି । ମୃତ ଝିଅଟି ସାଇକେଲରୁ ପଡ଼ି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ଅଧିକ ପଢନ୍ତୁ

By

Published : Sep 18, 2022, 5:21 PM IST

Updated : Sep 18, 2022, 10:47 PM IST

ଘରୋଇ ହସ୍ପିଟାଲ ନାଁରେ କିଡନୀ ଚୋରି ଅଭିଯୋଗ, ସତ ଖୋଜିବାକୁ ହେଲା ପୋଷ୍ଟମର୍ଟମର ଭିଡିଓ
ଘରୋଇ ହସ୍ପିଟାଲ ନାଁରେ କିଡନୀ ଚୋରି ଅଭିଯୋଗ, ସତ ଖୋଜିବାକୁ ହେଲା ପୋଷ୍ଟମର୍ଟମର ଭିଡିଓ

ଭୁବନେଶ୍ବର:ରାଜଧାନୀର ଏକ ଘରୋଇ ହସ୍ପିଟାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଛୋଟ ପିଲାର ପେଟରୁ କାଢି ନେଲେ କିଡ଼ନୀ ଓ ଟଙ୍କା ଦେବା ପାଇଁ ଦେଲେ ଅଫର । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଭରତପୁର ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲ ବିରୋଧରେ । କୁନିଝିଅର ମୃତ୍ୟୁ ପରେ ତାର ପିତାମାତା ହସ୍ପିଟାଲ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ହସ୍ପିଟାଲ ବାହାରେ ଉତ୍ତେଜନା ଦେଖାଦେଇଛି ।

ଘରୋଇ ହସ୍ପିଟାଲ ନାଁରେ କିଡନୀ ଚୋରି ଅଭିଯୋଗ, ସତ ଖୋଜିବାକୁ ହେଲା ପୋଷ୍ଟମର୍ଟମର ଭିଡିଓ

ମିଳିଥିବା ସୂଚନା ଅନୁସାରେ, ଲିଙ୍ଗରାଜ ଥାନା ଗ୍ୟାରେଜ ଛକ ଗାୟତ୍ରି ବସ୍ତିରୁ ସାଇକେଲରୁ ପଡି଼ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ଏକ କୁନି ଝିଅ । ‌ସେଠାରେ ତାର ଚିକିତ୍ସା ଚାଲିଥିଲା । ଅପରେସନର ୮ ଦିନ ପରେ ପିଲାଟିର ମୃତ୍ୟୁ ଘଟିଛି । ଏହାପରେ ତାର କିଡ଼ନୀ ଚୋରି ହୋଇଥିବା ନେଇ ପିତାମାତା ଅଭିଯୋଗ ଆଣିଛନ୍ତି । ସାଇକେଲରୁ ପଡ଼ି ପିଲାଟିର କିପରି ମୃତ୍ୟୁ ଘଟିଲା ଓ ତାର ପେଟ କିପରି କଣା ହେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ମୃତ ନାବାଳିକାର ପିତାମାତା ଘଟଣାର ସତ୍ୟାସତ୍ୟ ପାଇ ପୋଷ୍ଟମର୍ଟମର ଭିଡିଓଗ୍ରାଫି ପାଇ ଦାବି କରିଛନ୍ତି । ଦାବି ପରେ ପୋଷ୍ଟମର୍ଟମ ସମୟର ଭିଡିଓଗ୍ରାଫି ହୋଇଥିବା ଜଣାପଡ଼ିଛି । ଫରେନସିକ ଟିମର ଉପସ୍ଥିତିରେ ଘରୋଇ ହସ୍ପିଟାଲର ଜଣେ ପ୍ରତିନିଧି ଓ ଅଭିଯୋଗକାରୀଙ୍କ ପରିବାରରୁ ଜଣଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ପୋଷ୍ଟମର୍ଟମ କରିଛନ୍ତି । ମାତ୍ର ପିଲାଟିର ମୃତ୍ୟୁକୁ ନେଇ ପୋଷ୍ଟମର୍ଟମ ଓ୍ବାର୍ଡ ବାହାରେ ଉତ୍ତେଜନା‌ ଲାଗି ରହିଛି ।

ଏହା ବି ପଢନ୍ତୁ- ଲଜରୁ 58 ଲକ୍ଷ ଟଙ୍କା ଜବତ ଘଟଣା, ଏସପିଙ୍କ ତଦନ୍ତ ନିର୍ଦ୍ଦେଶ

ଉତ୍ତେଜନାକୁ ଦୃଷ୍ଟିରେ‌ ରଖି ଶୃଙ୍ଖଳା ଦୃଷ୍ଟିରୁ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛି । ଭିଡିଓଗ୍ରାଫି ପରେ ପିଲାଟିର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ଅତିରିକ୍ତ ଡିସିପି କହିଛନ୍ତି, "ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସବୁ ସତ ପଦାକୁ ଆସିବ। ଡାକ୍ତରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।"

ସେପଟେ ଗାୟତ୍ରୀ ବସ୍ତିର ସ୍ଥାନୀୟ କର୍ପୋରେଟର କହିଛନ୍ତି, "କିଡ଼ନୀ ଚୋରି ମିଛ । ଯାହା ସଦେହ ହେଉଥିଲା ତାହା ଦୂର ହୋଇଛି ।" ପିଲାଟିର ପିତାମାତା କିଡ଼ନୀ ଚୋରି ନେଇ ଅଭିଯୋଗ କରୁଥିବାବେଳେ, ଏପର୍ଯ୍ୟନ୍ତ ଡାକ୍ତରଙ୍କ ରିପୋର୍ଟ ଆସିନାହିଁ । ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡ଼ିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 18, 2022, 10:47 PM IST

ABOUT THE AUTHOR

...view details