ଓଡିଶା

odisha

ETV Bharat / city

ଆନନ୍ଦ ଟପୋଙ୍କୁ ଗ୍ରୁପ କରି କରାଯାଇଛି ହତ୍ୟା ! କମିଶନର ଡିଲ କରିଛନ୍ତି, IIC ଶୁଣୁନାହାନ୍ତି

ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ବନ୍ଧୁ ଆନନ୍ଦ ଟପୋଙ୍କ ମୃତ୍ୟୁ ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କଲେ ଆନନ୍ଦ ଟପ୍ପୋଙ୍କ ପରିବାର । ଅଧିକ ପଢନ୍ତୁ

ଆନନ୍ଦ ଟପୋଙ୍କୁ ଗ୍ରୁପ କରି କରାଯାଇଛି ହତ୍ୟା ! କମିଶନର ଡିଲ କରିଛନ୍ତି,ଆଇଆଇସି ଶୁଣୁନାହାନ୍ତି
ଆନନ୍ଦ ଟପୋଙ୍କୁ ଗ୍ରୁପ କରି କରାଯାଇଛି ହତ୍ୟା ! କମିଶନର ଡିଲ କରିଛନ୍ତି,ଆଇଆଇସି ଶୁଣୁନାହାନ୍ତି

By

Published : Jul 11, 2022, 9:40 PM IST

ଭୁବନେଶ୍ବର : ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ବନ୍ଧୁ ଆନନ୍ଦ ଟପୋଙ୍କ ମୃତ୍ୟକୁ ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ଆନନ୍ଦଙ୍କ ବାପା ଓ ମା’ । ଲୋହିଆ ଏକାଡେମିରେ ପ୍ରେସମିଟ କରି ଆନନ୍ଦଙ୍କ ବାପା କହିଛନ୍ତି, ଏକ ଗ୍ରୁପ କରି ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଛି । ଏହା ପଛରେ ବିରେନ୍ଦ୍ର ଲାକ୍ରା ଓ ମନଜିତ ଟେଟେ ସାମିଲ ଥିବା ସେ ସନ୍ଦେହ କରୁଛନ୍ତି । କାରଣ ଯେଉଁ ଘରେ ତାଙ୍କର ମୃତ୍ୟ ହୋଇଛି । ସେ ଘର ଆନନ୍ଦ ଭଡାରେ ନେଇଥିଲେ । ପରେ ୨୦୨୧ଜୁଲାଇରୁ ବିରେନ୍ଦ୍ର ସେଠାରେ ରହୁଥିଲେ‌ । ଅର୍ଥାତ ବିରେନ୍ଦ୍ର ବିବାହ କରିବି ସେଠାରେ ରହି ଆସୁଥିଲେ ।

ଆନନ୍ଦ ଟପୋଙ୍କୁ ଗ୍ରୁପ କରି କରାଯାଇଛି ହତ୍ୟା ! କମିଶନର ଡିଲ କରିଛନ୍ତି,ଆଇଆଇସି ଶୁଣୁନାହାନ୍ତି

ତେବେ ଗତ ଫେବୃଆରୀରେ ୧୬ରେ ଆନନ୍ଦଙ୍କ ବିବାହ ପରେ ଆନନ୍ଦ ସେଠାରେ ଫେବୃଆରୀ ୨୮ରେ ଯାଇଥିଲେ। ହେଲେ ସେଠାରେ ମନଜିତଙ୍କୁ ନେଇ ବିରେନ୍ଦ୍ର ସହ ପାଟିତୁଣ୍ଡ ହୋଇଥାଏ ପାରେ । ଏପରିକି ବିରେନ୍ଦ୍ର ଲାକ୍ରା ବିବାହିତ ହୋଇ ସେଠାରେ ସେ କଣ କରୁଥିଲେ । ଏପରିକି ମନଜିତ ମଧ୍ୟ ସେଠାରେ କଣ କରୁଥିଲେ । ସେ ନେଇ ଏହା ଭିତରେ କିଛି ଘଟଣା ଘଟିଛି ଯାହାକୁ ନେଇ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଛି ।

ଏପରିକି ଯଦି ପୁଅ ଫାଶି ଦେଇଛି ତେବେ ଫଟୋ କାହିଁକି ଦେଖାଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ବିରେନ୍ଦ୍ର ଲାକ୍ରା ଜଣେ ଡିଏସପି ରାଙ୍କର ଅଫିସର ଯୋଗୁଁ କେସକୁ ପ୍ରଭାବିତ କରିଛନ୍ତି । ଏପରିକି ସେ ଇନଫୋସିଟି ଥାନାରେ କେସ ଦେଇଥିଲେ ମଧ୍ୟ ପୋଲିସ କମିସନର ଏନେଇ ଡିଲ କରିଥିବା କହିବା ସହ ଥାନା ଅଧିକାରୀ ଏନେଇ ଅଭିଯୋଗ ରଖି ନ ଥିବା କହିଛନ୍ତି ଆନନ୍ଦଙ୍କ ପରିବାର ଲୋକେ ।

ଅନ୍ୟପଟେ ଆନନ୍ଦଙ୍କ ମାଆ କହିଛନ୍ତି ଯେଉଁ ଓଢଣୀରେ ଆନନ୍ଦଙ୍କୁ ଝୁଲାଇ ଦିଆଯାଇଥିଲା । ସେଟା କାହାର ? ଅର୍ଥାତ ଏହି ଘଟଣାରେ ମନଜିତଙ୍କ ସିଧାସଳଖ ସମ୍ପୃକ୍ତି ଥିବା ସହ ବିରେନ୍ଦ୍ର ଲାକ୍ରା ଯେହେତୁ ସେଠି ଥିଲେ ଦୁହିଁଙ୍କ ନାଁରେ କାହିଁକି ପୋଲିସ ଅଭିଯୋଗ ରଖୁନି । ସେ ନେଇ ପୋଲିସ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି କରିଛନ୍ତି । ଏନେଇ ଆନନ୍ଦ ଟପୋଙ୍କ ପରିବାର ଏକ ପ୍ରେସମିଟ କରି ତାଙ୍କ ପୁଅକୁ ମାରିଥିବା ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସୂଚନା ମୁତାବକ ଗତ ଫେବୃଆରୀ ୨୮ ତାରିଖରେ ଆନନ୍ଦ ଟପୋଙ୍କ ମୃତଦେହ ଇନଫୋସିଟ ଥାନା ଅଞ୍ଚଳର ଏକ ବନ୍ଦ ଘରୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details