ଭୁବନେଶ୍ବର: ଯୁବ କଂଗ୍ରେସ ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ରବିବାର ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଯୁବ କଂଗ୍ରେସର ଯୁଗ୍ମ ସମ୍ପାଦକ ଦେବବ୍ରତ ପଟ୍ଟନାୟକ । ଏହାସହ ସେ ଯୁବ କଂଗ୍ରେସର ପଦବୀରୁ ଇସ୍ତଫା ଦେଇଛନ୍ତି ।
ସୂଚନାଅନୁଯାୟୀ ରାଜ୍ୟରେ ଦିନକୁ ଦିନ କଂଗ୍ରେସ ନିଜର ସ୍ଥିତି ହରାଇବାକୁ ବସିଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ କାର୍ଯ୍ୟରେ ଯୁବ କଂଗ୍ରେସ ରସାତଳଗାମୀ ହେଉଛି। ଆହୁରି ଅଧୋଗତି ହେବ ଯୁବ କଂଗ୍ରେସ। ସ୍ମୃତି କଂଗ୍ରେସ ଭବନ ଆସୁନାହାନ୍ତି,କୌଣସି ବୈଠକ କରାଯାଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ ଯୁବ କଂଗ୍ରେସର ଯୁଗ୍ମ ସମ୍ପାଦକ ଦେବବ୍ରତ ପଟ୍ଟନାୟକ । ଏହାସହ ସେ ରାଜ୍ୟ ଯୁବ କଂଗ୍ରେସର ଯୁଗ୍ମ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ରହିବେ କିନ୍ତୁ ଆଉ ଯୁବ କଂଗ୍ରେସରେ ସ୍ମୃତି ରଞ୍ଜନ ଲେଙ୍କାଙ୍କ ସହିତ କାର୍ଯ୍ୟ କରିବି ନାହିଁ ବୋଲି କହିଛନ୍ତି ।