ଓଡିଶା

odisha

ETV Bharat / city

ଡରାଉଛି ବନ୍ୟା, 14 ଜିଲ୍ଲାପାଳଙ୍କୁ ସତର୍କ ଘଣ୍ଟି ଦେଲେ ଏସଆରସି - ସତର୍କ ସୂଚନା

ଦିନକୁ ଦିନ କାୟା ବଢାଉଛି ବନ୍ଯା । ବିସ୍ତାର କରୁଛି ଭୟଙ୍କର ସ୍ଥିତି । ରାଜ୍ୟରେ ଲଗାଣ ବର୍ଷା ଜନିତ ବନ୍ଯା କ୍ଷୟକ୍ଷତିରେ 8 ଜଣଙ୍କ ମୃତ୍ୟୁ ଘଟିସାରିଲାଣି । ଏପଟେ ଆଜି 14 ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ଘଡ଼ଘଡ଼ି ଥିବା ନେଇ ସତର୍କ ସୂଚନା ଜାରି କରିଛନ୍ତି ରିଲିଫ କମିଶନର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 13, 2019, 5:28 PM IST

ଭୁବନେଶ୍ବର: ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ଜାରି ରହିଛି ଲଗାଣ ବର୍ଷା । 14 ଜିଲ୍ଲାକୁ ଜାରି କରାଯାଇଛି ସତର୍କ ସୂଚନା । ଘଡଘଡି ସହ ବର୍ଷା ହେବାର ମଧ୍ୟ ରହିଛି ସମ୍ଭାବନା । ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ଢ଼େଙ୍କାନାଳ, ଦେବଗଡ, ସୁନ୍ଦରଗଡ, ବରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଓ ଘଡ଼ଘଡ଼ି ହେବା ନେଇ ସତର୍କ ବାର୍ତ୍ତା ଜାରି କରିଛି ପାଣିପାଗ ବିଭାଗ । ସେହିପରି ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ରିଲିଫ କମିଶନର ବିଷ୍ଣୁପଦ ସେଠୀ ।

ଭୟ ବଢାଉଛି ବନ୍ୟା

ଦିନ 1ଟା 15 ଯାଏ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଇଛି । ସେପଟେ ବନ୍ୟା ଜନିତ ଦୁର୍ଘଟଣାରେ ଓଡିଶାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

କଳାହାଣ୍ଡି କର୍ଲାମୁଣ୍ଡାରେ ସର୍ବାଧିକ ୬୦୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର, ବୌଦ୍ଧ, କନ୍ଧାମାଳ, କଳାହାଣ୍ଡି ଓ ସୋନପୁରରେ ବର୍ଷାରେ ବେଶୀ ପ୍ରଭାବିତ ହୋଇଛି । କେବଳ କଳାହାଣ୍ଡି ଓ ବଲାଙ୍ଗୀରର ୪ଟି ବ୍ଲକରେ ୩୦୦ରୁ ୪୦୦ ମିମି ବର୍ଷା ରେକର୍ଡ ହୋଇଛି । ତେବେ କଳାହାଣ୍ଡି ସାରଗଡାରେ ୧୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details