ଓଡିଶା

odisha

ETV Bharat / city

MCCD Report 2020: ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ କେତେ ? ସରକାରଙ୍କ ପୋଲ୍ ଖୋଲିଲା MCCD ରିପୋର୍ଟ - ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ କେତେ

MCCD 2020 ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରଥମ ଲହରରେ କୋଭିଡରେ ପ୍ରାଣ ହରାଇଛନ୍ତି 8 ହଜାର 711 ଜଣ । 2020 ମସିହାରେ ଓଡିଶାରେ ସରକାର ଘୋଷଣା କରିଥିବା ମୃତ୍ୟୁସଂଖ୍ୟାରୁ ‌କୋଭିଡ ମୃତ୍ୟୁ ସଂଖ୍ୟା ଢେର ଅଧିକ ବୋଲି ସ୍ପଷ୍ଟ ହୋଇଛି। ଏମସିସିଡିର 2020 ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ

ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ କେତେ?
ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ କେତେ?

By

Published : May 28, 2022, 4:13 PM IST

ଭୁବନେଶ୍ବର: ପ୍ରକାଶ ପାଇଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମେଡିକାଲ ସାର୍ଟିଫିକେସନ ଅଫ କଜ ଅଫ ଡେଥ ବା MCCD- ୨୦୨୦ ରିପୋର୍ଟ। MCCD 2020 ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରଥମ ଲହରରେ କୋଭିଡରେ ପ୍ରାଣ ହରାଇଛନ୍ତି 8 ହଜାର 711 ଜଣ । 2020 ମସିହାରେ ଓଡିଶାରେ ସରକାର ଘୋଷଣା କରିଥିବା ମୃତ୍ୟୁସଂଖ୍ୟାରୁ ‌କୋଭିଡ ମୃତ୍ୟୁ ସଂଖ୍ୟା ଢେର ଅଧିକ ବୋଲି ସ୍ପଷ୍ଟ ହୋଇଛି। ଏମସିସିଡିର 2020 ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

MCCD Report ୨୦୨୦: ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ କେତେ?

2020 ମସିହାରେ ଓଡିଶାରେ ସରକାର ଘୋଷଣା କରିଥିବା ମୃତ୍ୟୁସଂଖ୍ୟାରୁ ‌କୋଭିଡ ମୃତ୍ୟୁ ସଂଖ୍ୟା ଢେର ଅଧିକ ବୋଲି ସ୍ପଷ୍ଟ ହୋଇଛି। ଏମସିସିଡିର 2020 ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। 2020 ମସିହାରେ ରାଜ୍ୟରେ 3 ଲକ୍ଷ 61 ହଜାର 982 ଜଣ ଲୋକଙ୍କ ମୃତ୍ୟୁ ପଞ୍ଜୀକୃତ ହୋଇଥିବା ବେଳେ ତାହାର 2.4 ପ୍ରତିଶତ କେବଳ କୋଭିଡରେ ପ୍ରାଣ ହରାଇଛନ୍ତି। ଯାହାକି ମୋଟ ମୃତ୍ୟୁ ସଂଖ୍ୟାର ଏହା 8711। 2020 ରେ ରାଜ୍ୟ ସରକାର 1876 ଜଣଙ୍କର ମୃତ୍ୟୁ ସୂଚନା ଦେଉଥିବା ବେଳେ ବର୍ତମାନ ସୁଦ୍ଧା ରାଜ୍ୟରେ 9126 ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରିଛନ୍ତି ରାଜ୍ୟ ସରକାର।

MCCD Report ୨୦୨୦: ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ କେତେ?

ଏମସିସିଡି 2020 ରିପୋର୍ଟ ଅନୁଯାୟୀ, ଓଡିଶାରେ ସର୍ବାଧିକ ସର୍କୁଲେଟାରି ସିଷ୍ଟମ ଜନିତ 21.4 ପ୍ରତିଶତ ଲୋକ ପ୍ରାଣ ହରାଇଛନ୍ତି। ଏହାପରେ ନିଶ୍ବାସପ୍ରଶ୍ବାସ ଜନିତ ରୋଗରେ 12.3 ଓ କୋଭିଡ ମୃତ୍ୟୁକୁ ମିଶାଇଲେ 36 ପ୍ରତିଶତ ଲୋକଙ୍କ ଜୀବନ କେବଳ ଏହି ୩ଟି ରୋଗରେ ଯାଇଛି। ସେହିପରି 2020 ମସିହାରେ ଓଡିଶାରେ ମୃତ୍ୟୁ ହାରରେ ମଧ୍ୟରେ ବୃଦ୍ଧି ହୋଇଛି। ଦେଶର 21 ଟି ବଡ ରାଜ୍ୟଙ୍କ ଭିତରେ ଯେଉଁସବୁ ରାଜ୍ୟରେ ମୃତ୍ୟୁ ହାର ଅଧିକ ରହିଛି ତହିଁରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି। 2020 ମସିହାରେ ଓଡିଶାରେ ମୃତ୍ୟୁ ହାର 7.3 ପ୍ରତିଶତ ରହିଥିବା ବେଳେ ଏଥିରେ ପୁରୁଷ 7.9 ଓ ମହିଳାଙ୍କ ମୃତ୍ୟୁ ହାର 6.8 ରହିଛି।

MCCD Report ୨୦୨୦: ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ କେତେ?

ଅନ୍ୟପଟେ ଗ୍ରାମାଞ୍ଚଳରେ ମୃତ୍ୟୁ ହାର 7.5 ଓ ସହରାଞ୍ଚଳରେ 6.5 ପ୍ରତିଶତ ରହିଛି। ଏପଟେ ଜନ ସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି , କୋଭିଡ ମୃତ୍ୟୁ ତଥ୍ୟ ଲୁଚାଯାଇନି । ମୃତ୍ୟୁର କାରଣ ନେଇ ବିବାଦ ରହିପାରେ । ସୁପ୍ରିମକୋର୍ଟଙ୍କ ଦ୍ଵାରା କୋଭିଡ ମୃତ୍ୟୁର ସଂଜ୍ଞା ବଦଳିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଦଳିଛି । ଆମର ନିର୍ଦିଷ୍ଟ ପଦ୍ଧତିରେ ମୃତ୍ୟୁର ହିସାବ କରାଯାଇଛି । ତେବେ ମୃତ୍ୟୁ ତଥ୍ୟ କିଛି ବି ଲୁଚାଯାଇନି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ।

MCCD Report ୨୦୨୦: ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ କେତେ?

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details