ଭୁବନେଶ୍ବର:ରାଜ୍ୟରେ ଗତ କିଛି ଦିନ ହେଲାଣି କୋରୋନା ସଂକ୍ରମଣ ଏକ ପ୍ରକାରର ସ୍ଥିର ହୋଇ ରହିଛି । ଫଳରେ କୋରୋନାର ଦୈନିକ ସଂକ୍ରମଣ ହାର 2.05 ପ୍ରତିଶତ ରହୁଛି । କିନ୍ତୁ ଏପଟେ ରାଜ୍ୟରେ କୋରୋନାରେ ମୃତ୍ୟୁ ତାଲିକା ଦିନକୁ ଦିନ ବଢିବାକୁ ଲାଗୁଛି । ଦୈନିକ ଆକ୍ରାନ୍ତ ଏବେ ପଖାପାଖି 2 ହଜାର ରହୁଥିବାବେଳେ ମୃତ୍ୟୁ ସଂଖ୍ୟା 60 ଉପରେ ରହୁଛି ।
ରାଜ୍ୟରେ କୋରୋନା ସଂକ୍ରମଣ ଦୈନିକ କମିବାରେ ଲାଗୁଛି । ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ତେବେ ରାଜ୍ୟ ସରକାର ଏହାକୁ ଅଡିଟ ରିପୋର୍ଟ ମୃତ୍ୟୁ ରହିଥିବାବେଳେ ଏହା ୨ରୁ ୩ ମାସର ମୃତ୍ୟୁ ସଂଖ୍ୟା କୁହାଯାଉଛି । ହେଲେ କୋରୋନା ସଂକ୍ରମଣରେ ପ୍ରତ୍ୟେକ ଦିନ ରାଜ୍ୟରେ 60ରୁ ଊର୍ଦ୍ଧ୍ବ ମୃତ୍ୟୁବରଣ କରୁଛନ୍ତି । ତେବେ ଯଦି ସରକାରୀ ତଥ୍ୟ ଅନୁଯାୟୀ ତଥ୍ୟ ଦେଖିବା ତେବେ ଗତ ୧ ମାସ ମଧ୍ୟରେ(ଜୁଲାଇ) 1883 ଜଣଙ୍କର ମୃତ୍ୟୁ ଘଟିଲାଣି । ତେବେ ରାଜ୍ୟରେ ଏବେ ସୁଦ୍ଧା 5 ହଜାର 902 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
1 ତାରିଖରେ ରାଜ୍ୟରେ 44 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 2 ତାରିଖରେ 46, 3 ତାରିଖରେ 45, 4 ତାରିଖରେ 42, 5 ତାରିଖରେ 52, 6 ତାରିଖରେ 51, 7 ତାରିଖରେ 59, 8 ତାରିଖରେ 57, 9 ତାରିଖରେ 61, 10 ତାରିଖରେ 58, 11 ତାରିଖରେ 65, 12 ତାରିଖରେ 63, 13 ତାରିଖରେ 68, 14 ତାରିଖରେ 65, 15 ତାରିଖରେ 66, 16 ତାରିଖରେ 64, 17 ତାରିଖରେ 67, 18 ତାରିଖରେ 66, 19 ତାରିଖରେ 58, 20 ତାରିଖରେ 56, 21 ତାରିଖରେ 69 ଜଣଙ୍କର ମୃତ୍ୟୁ ଘଟିଛି ।
ସେହିପରି 22 ତାରିଖରେ 67 ଜଣ, 23ରେ 69 ଜଣ, 24 ତାରିଖରେ 68 ଜଣ, 25 ତାରିଖରେ 67 ଜଣ, 26 ତାରିଖରେ 62 ଜଣ, 27 ତାରିଖରେ 60 ଜଣ, 28 ତାରିଖରେ 69 ଜଣ, 29 ତାରିଖରେ 65 ଜଣ, 30ରେ 66 ଜଣ ଓ ଆଜି 31 ତାରିଖରେ ରାଜ୍ୟରେ 68 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଜୁଲାଇ ମାସରେ 1 ରୁ 31 ତାରିଖ ମଧ୍ୟରେ 1883 ଜଣଙ୍କର ମୃତ୍ୟୁ ଘଟିଲାଣି। ରାଜ୍ୟରେ କରୋନା ମହାମାରୀରେ ମୋଟ 5 ହଜାର 902 ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ସର୍ବାଧିକ ମୃତ୍ୟୁ ଘଟିଛି ଖୋର୍ଦ୍ଧା ଜିଲ୍ଲାରେ ।
ଯାହା 1145 ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହେଲାଣି । ସୁନ୍ଦରଗଡରେ 520 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ 442 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି କଟକରେ 339, ପୁରୀରେ 355, ବରଗଡରେ 287, ଅନୁଗୋଳରେ 255, କଳାହାଣ୍ଡିରେ 198 ଜଣ, ମୟୂରଭଞ୍ଜରେ 209 ଜଣ, ବାଲେଶ୍ବରରେ 188, ସମ୍ବଲପୁରରେ 176, ରାୟଗଡାରେ 159, ନୟାଗଡରେ 146, ଝାରସୁଗୁଡାରେ 153, କେନ୍ଦ୍ରାପଡାରେ 133, ଢେଙ୍କାନାଳରେ 117, ବୌଦ୍ଧରେ 105, ବଲାଙ୍ଗୀରରେ 102, କେନ୍ଦୁଝରରେ 129, ଜଗତସିଂହପୁରରେ 98, ଗଜପତିରେ 82, ନୂଆପଡାରେ 79, କୋରାପୁଟରେ 72, କନ୍ଧମାଳରେ 74, ଭଦ୍ରକରେ 75, ଯାଜପୁରରେ 72, ନବରଙ୍ଗପୁରରେ 62, ସୁବର୍ଣ୍ଣପୁରରେ 47, ମାଲକାନଗିରିରେ 45, ଦେବଗଡରେ 38 ଜଣ ମୃତ୍ୟୁବରଣ କରିଛନ୍ତି।
ତେବେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ରେଡ଼ ଜୋନରେ ରହିଥିବା ବେଳେ ୟେଲୋ ଜୋନରେ କଟକ ଓ ବାଲେଶ୍ବର ରହିଛି । ଅନ୍ୟ ସମସ୍ତ ଜିଲ୍ଲା ଗ୍ରୀନ ଜୋନରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ