ଓଡିଶା

odisha

ETV Bharat / city

ପରଲୋକରେ ପର୍ବତରାଣୀ

ଓଡ଼ିଶାର ପ୍ରଥମ ପର୍ବାରୋହୀ 49 ବର୍ଷୀୟା କଳ୍ପନା ଦାସଙ୍କ ପରଲୋକ ଘଟିଛି । ହିମାଳୟରେ ଦୁଃସାହସିକ ପର୍ବତାରୋହଣ ଅଭିଯାନ ସମୟରେ ଅମ୍ଲଜାନ ଅଭାବରୁ 8 ହଜାର ଫୁଟ ଉପରେ ତାଙ୍କର ଦେହାନ୍ତ ଘଟିଛି ।

By

Published : May 23, 2019, 11:12 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: 49 ବର୍ଷୀୟା ପର୍ବତାରୋହୀ କଳ୍ପନା ଦାସଙ୍କ ପରଲୋକ ଘଟିଛି । ଗୁରୁବାର ହିମାଳୟର ଶିଖରରୁ ପାଦଦେଶକୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ହିମାଳୟରେ ଦୁଃସାହସିକ ପର୍ବତାରୋହଣ ଅଭିଯାନ ସମୟରେ ଅମ୍ଲଜାନ ଅଭାବରୁ 8 ହଜାର ଫୁଟ ଉପରେ ତାଙ୍କର ଦେହାନ୍ତ ଘଟିଛି ।

ଗୁରୁବାର ମଧ୍ୟାହ୍ନ 12.55 ମିନିଟ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ମୀରା ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ନେପାଳର ପର୍ବତାରୋହୀ କାଞ୍ଚି ମାୟା ତମାଙ୍ଗ ଏବଂ ଚୀନର ଲିଆମ୍ ମା’ଙ୍କ ସହିତ ଗୁରୁବାର 12.55 ମିନିଟରେ ହିମାଳୟର ଶିଖରରେ ପହଞ୍ଚିଥିଲେ । ତେବେ ଓହ୍ଲାଇବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ପ୍ରକାଶ ଯେ, ଓଡିଶାର ଢେଙ୍କାନାଳର କଳ୍ପନା ଦାସ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆର ଅନେକ ଗିରି ଶୃଙ୍ଗ ଆରୋହଣ କରିସାରିଥିଲେ । ତେବେ 2008ରେ ନେପାଳ ପାର୍ଶ୍ବରୁ ଭାରତୀୟ ପର୍ବତାରୋହୀ ଦଳର ପ୍ରମୁଖ ଭାବେ ସେ ହିମାଳୟ ଶିଖରରେ ପହଞ୍ଚିଥିଲେ ।

ABOUT THE AUTHOR

...view details