ଭୁବନେଶ୍ବର: ପୁଣି ଚାଲିବ ଧରପଗଡ଼। କଡାକଡି ହେବ ନୂଆ ଟ୍ରାଫିକ ଆଇନ। 3 ମାସର ମହଲତ ପରେ ଆସନ୍ତା ଡିସେମ୍ବର ପହିଲାରୁ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି ସରକାର। ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂତନ ମୋଟର ଯାନ ଆଇନକୁ ୩ ମାସ କୋହଳ କରିବା ପରେ ପୁଣି ଥରେ ନିୟମ କଡ଼ାକଡ଼ି ହେବାକୁ ଯାଉଛି।
ସରିଲା ମହଲତ, ଡିସେମ୍ବର 1ରୁ ପୁଣି ଲାଗୁ ହେବ ଟ୍ରାଫିକ ନିୟମ - କଡାକଡି ହେବ ନୂଆ ଟ୍ରାଫିକ ଆଇନ
3 ମାସର ମହଲତ ପରେ ଆସନ୍ତା ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି ସରକାର। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅଧିକ ପଢନ୍ତୁ...
![ସରିଲା ମହଲତ, ଡିସେମ୍ବର 1ରୁ ପୁଣି ଲାଗୁ ହେବ ଟ୍ରାଫିକ ନିୟମ](https://etvbharatimages.akamaized.net/etvbharat/prod-images/768-512-5072476-thumbnail-3x2-jjjpeg.jpg)
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ଡିସେମ୍ବର ପହିଲାରୁ ନିୟମ ଲାଗୁ ହେବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଡ୍ରାଇଭିଂ ଲାଇସେନ୍ସ,, ଆରସି , ପ୍ରଦୂଷଣ ଯାଞ୍ଚ କଡାକଡି ହେବ। ହେଲମେଟ ବ୍ୟବାହାର, ସିଟ୍ ବେଲ୍ଟ ପିନ୍ଧିବା, ଆବଶ୍ୟକ ଠାରୁ ଅଧିକ ବସି ଯାତ୍ରା କରିବା ଉପରେ ବି କଡାକଡି ଭାବେ ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ