ଭୁବନେଶ୍ବର: ବାହାରେ ତାଲା ଭିତରେ ଗଳିତ ମୃତଦେହ । ଗଳିତ ଅବସ୍ଥାରେ ବନ୍ଦ କୋଠରୀରୁ ମୃତଦେହକୁ ଜବତ କରିଛି କମିଶନରେଟ ପୋଲିସ । ଭରତପୁର ଥାନା ବରମୁଣ୍ଡା ରୁଚିକା ମାର୍କେଟ ମହାଵୀର ବସ୍ତିରେ ଥିବା ଏକ ଘରୁ ମୃତଦେହ ଜବତ କରାଯାଇଛି ।
ତେବେ ମୃତକ ଜଣଙ୍କର ପରିଚୟ ମିଳିପାରିନାହିଁ । ସେପଟେ ଗତ 15 ଦିନ ତଳେ ୨ ଜଣ ଯୁବକ ଯୁବତୀ ମିଶି ଆସି ବସ୍ତିରେ ଭଡାରେ ରହିଥିଲେ। ହେଲେ ୫ ଦିନ ପୂର୍ବେ ପୁଅ ଝିଅକୁ ଦେଖିବାକୁ ମିଳିନଥିବା ବେଳେ ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର ଦେଇଥିଲେ ପଡୋଶୀ । ପୋଲିସ ତାଲା ଭାଙ୍ଗିବା ପରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା ।