ଓଡିଶା

odisha

By

Published : Oct 6, 2019, 11:42 PM IST

ETV Bharat / city

ନିକୋ ପାର୍କରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ନିକୋ ପାର୍କ ନିକଟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଖାରବେଳନଗର ଥାନା ଅନ୍ତର୍ଗତ ନିକୋ ପାର୍କ ନିକଟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ପାର୍କ ପାଖରେ ଥିବା ବଣୁଆ ଜାଗାରୁ ଏକ ଗଳିତ ସମ୍ପୂର୍ଣ୍ଣ କଳା ପଡିଯାଇଥିବା ମୃତଦେହ ଉଦ୍ଧାର କରିଛି ଖାରବେଳନଗର ଥାନା ପୋଲିସ ।


ଉଦ୍ଧାର କରାଯାଇଥିବା ମୃତଦେହର ପରିଚୟ ମିଳିନଥିବା ହତ୍ୟା କରାଯାଇ ସେଠାରେ ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହକୁ ଉଦ୍ଧାର କରି ୬ ନଂ ଶବ ସଂରକ୍ଷଣ ଗୃହରେ ରଖିଯାଇଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details