ଓଡିଶା

odisha

ETV Bharat / city

ରାଜ୍ୟରେ କମୁଛି କୋରୋନା ସଂକ୍ରମଣ, ଦିନକରେ 349 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କିଛି ଦିନ ହେବ କମୁଛି କୋରୋନା ସଂକ୍ରମଣ । ମଙ୍ଗଳବାର 30ଜିଲ୍ଲାରୁ ମୋଟ 349 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Dec 8, 2020, 1:11 PM IST

ରାଜ୍ୟରେ କମୁଛି କୋରୋନା ସଂକ୍ରମଣ
ରାଜ୍ୟରେ କମୁଛି କୋରୋନା ସଂକ୍ରମଣ

ଭୁବନେଶ୍ବର: ଦୀର୍ଘ 10ମାସ ହେବ ରାଜ୍ୟରେ କୋରୋନା ତାର କାୟା ବିସ୍ତାର କରିଛି । କୋରୋନା ଅନେକଙ୍କ ଜୀବନ ଜୀବିକା ଠପ କରିଛି । କେତେ ଲୋକଙ୍କ ଜୀବନ ନେଇଛି ତାହା ଆକଳନ କରିବା ସମ୍ଭବ ନୁହେଁ । ଦିନକୁ ଦିନ ହୁ ହୁ ହୋଇ ସଂକ୍ରମଣ ବଢୁଥୁବା ବେଳେ ଏହି କିଛି ଦିନ ହେବ ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଛି ।

ରାଜ୍ୟରେ ଦିନକୁ ପ୍ରାୟ 1500ରୁ 2000 କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ହେଲେ ଏ କିଛି ଦିନ ହେବ କୋରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି । ତେବେ ମଙ୍ଗଳବାର 30 ଜିଲ୍ଲାରୁ ସମୁଦାୟ 349 ଆକ୍ରାନ୍ତ ଚିହ୍ମଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୋଟ ସଂକ୍ରମଣଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 198 ଚିହ୍ନଟ ହୋଇଥିବା ବେଳେ 151 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଅନୁଗୁଳ 26, ବାଲେଶ୍ୱରରେ 23, ବରଗଡରେ 19, ଭଦ୍ରକରେ 5, ବଲାଙ୍ଗିରରେ 6, କଟକରେ 22, ଢେଙ୍କାନଲରେ 1, ଗଂଜାମରେ 4, ଦେଓଗଡରେ 2, ଜଗତସିଂହପୁରରେ 5, ଯାଜପୁରରେ 8, ଝରସୁଗୁଡ଼ାରେ 18, କଳାହାଣ୍ଡିରେ 19, କେନ୍ଦ୍ରାପଡାରେ 5, କେନ୍ଦୁଝରରେ 7, ଖୋର୍ଦ୍ଧାରେ 4, ମାଲକାନଗିରିରରେ 3 , ମୟୁରଭଞ୍ଜରେ 18, ନୂଆପଡାରେ 10, ନୟାଗଡରେ 1, ପୁରୀରେ 22 ରାୟଗଡାରେ 1, ସମ୍ବଲପୁରରେ 14, ସୁନ୍ଦରଗଡରେ 46, ଷ୍ଟେଟ ପୋଲ 10 ।

ତେବେ ରାଜ୍ୟରେ ମୋଟ 3 ଲକ୍ଷ 21 ହାଜର 913ଜଣ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହେଇଛନ୍ତି 3 ଲକ୍ଷ 16 ହଜାର 447 ଜଣ । ଏବେ ଯାଏଁ ରାଜ୍ୟରେ 3 ହଜାର 629 ସକ୍ରିୟ ମାମଲା ରହିଛି । ତେବେ ରାଜ୍ୟରେ ମୋଟ 6213174 ଜଣଙ୍କ କୋଭିଡ ପରୀକ୍ଷା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details