ଭୁବନେଶ୍ବର: ଅନୁଷ୍ଠିତ ହୋଇଯାଇଛି ସାମାଜିକ ସରକ୍ଷା ଓ ସାମାଜିକ ପରାମର୍ଶଦାତା ବୈଠକ। ଶାରୀରିକ ଅକ୍ଷମ ଛାତ୍ରୀଛାତଙ୍କ ଉଚ୍ଚ ଶିକ୍ଷା ପାଇଁ 5 ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ଆର୍ଟିଫିସିଆଲ ଲିଙ୍କ ବ୍ରହ୍ମପୁର ଓ ସମ୍ବଲରରେ ଖୋଲିବା ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ସୁନ୍ଦରଗଡ଼, ଅନୁଗୁଳ ଓ କେନ୍ଦୁଝରରେ ଖୋଲିବ ଡିଡି ଆରସି । ଡିଏମ ଫଣ୍ଡରୁ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଦିବ୍ୟାଙ୍ଗଙ୍କ ପାଇଁ ଆଉ ତିନୋଟି ଜିଲ୍ଲାରେ ଖୋଲିବ ଡିଡିଆରସି
ଶାରୀରିକ ଅକ୍ଷମ ଛାତ୍ରୀଛାତଙ୍କ ଉଚ୍ଚ ଶିକ୍ଷା ପାଇଁ 5 ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ଆର୍ଟିଫିସିଆଲ ଲିଙ୍କ ବ୍ରହ୍ମପୁର ଓ ସମ୍ବଲରରେ ଖୋଲିବା ପାଇଁ ସାମାଜିକ ସୁରକ୍ଷା ଓ ସାମାଜିକ ପରାମର୍ଶଦାତା ବୈଠକରେ ପ୍ରସ୍ତାବ ଦିଆଯାଇଛି । ଅଧିକ ପଢନ୍ତୁ..
ଵର୍ତମାନ ରାଜ୍ୟରେ ନିଶାମୁକ୍ତ ଅଭିଯାନ ଆଇମ୍ଭ ହେବ। ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି କରାଯିବ । ଏଥିପାଇଁ ପ୍ରତି ଜିଲ୍ଲାକୁ 10 ଲକ୍ଷ ଟଙ୍କା ଦିଆଯିବ। ରାଜ୍ୟସ୍ତରୀୟ ସଚେତନତା ଅଭିଯାନ ପାଇଁ 20 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅଗଷ୍ଟ 15ରୁ ଆରମ୍ଭ ହେବାକୁ ଥିବା ଏଭିଯାନ ପ୍ରଥମ ପର୍ଯ୍ୟାୟରେ 10 ଜିଲ୍ଲାରେ ଆରମ୍ଭ ହେବ। ସେହିପରି କିନ୍ନର ମାନଙ୍କୁ ମଧୁବାବୁ ପେନସନ ସାମିଲ କରିବା ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଧାୟକ ପାଣ୍ଠିରୁ 50 ଲକ୍ଷ ଅଶୋକ ପଣ୍ଡା ଦେଇଛନ୍ତି। ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦେଇଛନ୍ତି। ବିଏମସିରେ ଏହା ଖର୍ଚ୍ଚ ହବ। ବିଏମସିରେ କୋଭିଡ କେୟାର ସେଣ୍ଟର ଖୋଲା ହେବ। 50 ଜଣ ରୋଗୀ ରହି ଚିକିତ୍ସା ହେବେ। ତିନି ମାସ ପାଇଁ ଖୋଲା ହେବ କୋଭିଡ କେୟାର ସେଣ୍ଟର । ଏନେଇ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତ କାରଣ ମନ୍ତ୍ରୀ ଅଶୋକ ପଣ୍ଡା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ