ଭୁବନେଶ୍ବର:ହୁସିଆର ଠକେଇର ନୂଆ ଚାଲ। ସାଇବର ଠକେଇର ନୂଆ ଟ୍ରେଣ୍ଡ । କଷ୍ଟମର ସର୍ଭିସ ଦେବା ଆଳରେ ସାଇବର କ୍ରାଇମ। ହେଲପ ବାହାନାରେ ଟଙ୍କା ହାଇଜାକ ପାଇଁ ଟ୍ରିକ। ଏଥିପାଇଁ ଅନଲାଇନରେ ପୁଳା ପୁଳା ହେଲପଲାଇନ ନମ୍ବର। ଯେଉ ସବୁ ସମସ୍ୟା ପାଇଁ ଆପଣ ଅନଲାଇନରେ ହେଲପଲାଇନ ନମ୍ବର ସର୍ଚ୍ଚ କରନ୍ତି । ସେଇଭଳି ଅନେକ ମୋବାଇଲ ନମ୍ବର ଦେଇ ହେଲପ କରିବା ଆଳରେ ଟଙ୍କା ହାଇଜାକ କରୁଛନ୍ତି ସାଇବର ଠକ। ଏଥିପାଇଁ ଅନଲାଇନରେ ଉପଲବ୍ଧ ହୋଇଛି ଠକଙ୍କ ନକଲି ଓ୍ବେବସାଇଟ।
ଯାହାକୁ ସଠିକ ଭାବେ ନ ପରଖିଲେ ଆପଣ ହରାଇପାରନ୍ତି ସର୍ବସ୍ବ। ଏମିତି ଏକ ହେଲପଲାଇନର ସହାୟତା ନେଇ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ସାଇବର ଠକ ଠକିନେଲେ ୨ଲକ୍ଷ ୨୯ ହଜାର ଟଙ୍କା । ସାଇବର ହେଲ୍ପ ଡେସ୍କରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ସୁଚନା ମୁତାବକ ଅଭିଯୋଗକାରୀ ଅକ୍ଷୟ କୁମାର ପାତ୍ର ଏସବିଆଇର କ୍ରେଡିଟ କାର୍ଡରେ ବିଲ ବାବଦକୁ ଏକ ହଜାର ଟଙ୍କା ପେମେଣ୍ଟ କରିଥିଲେ । କିନ୍ତୁ ଟଙ୍କା ବକେୟା ଥିବା ନେଇ ଏସବିଆଇ ପକ୍ଷରୁ ତାଙ୍କୁ ମେସେଜ ଆସିଥିଲା । ଏ ନେଇ ଗୁଗୁଲରେ ଏସବିଆଇ କ୍ରେଡିଟ କାର୍ଡରର ହେଲ୍ପ ଲାଇନ ନମ୍ବର ଖୋଜିଥିଲେ । ତେବେ ସେ ଯେଉଁ ନମ୍ବରକୁ କଲ କରିଥିଲେ ସେ ନମ୍ବର କଲ କରିବା ପରେ ସେ ସାଇବର ଅପରାଧର ଶିକାର ହୋଇଥିଲେ ।