ଓଡିଶା

odisha

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଖୋଲୁଛି ଗୁମର, ବ୍ୟକ୍ତିଗତ ଫଟୋ ରଖି କରୁଥିଲା ବ୍ଲାକମେଲ୍‌

ମାୟାବିନୀ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାରେ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Oct 9, 2022, 6:42 PM IST

Published : Oct 9, 2022, 6:42 PM IST

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲେ DCP
ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲେ DCP

ଭୁବନେଶ୍ବର: ଧୀରେ ଧୀରେ ଖୋଲୁଛି ମାୟାବିନୀ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ(Lady Blackmailer Archana Nag) ଗୁମର। ରାଜନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ଉଚ୍ଚ ଶିକ୍ଷିତା ସୁନ୍ଦରୀ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ହାଇପ୍ରୋଫାଇଲ ନେତା ପୋଲିସ ଓ ସରକାରୀ ଅଫିସରଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହେବା ପରେ ପାଓ୍ବାର କରିଡରରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ଏହି ଘଟଣାରେ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲେ DCP

ଏହା ମଧ୍ୟ ପଢନ୍ତୁ: ଖୋଲୁଛି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର, ହଲଚଲ ପାଓ୍ବାର କରିଡର

ଭୁବନେଶ୍ୱର ଡିସିପି କହିଛନ୍ତି ଯେ, "ଖଣ୍ଡଗିରି ଥାନାରେ ଜଣେ ଯୁବତୀ 2 ଅକ୍ଟୋବରରେ ଜଣେ ଯୁବତୀ ଅଭିଯୋଗ କରିଥିଲେ(Archana Nags Lodges Complaint At Police Station)। ଅର୍ଚ୍ଚନା ପ୍ରଥମେ ବନ୍ଧୁତା ମାଧ୍ୟମରେ ସଂପର୍କ ବଢ଼ାଉଥିଲେ । ସେ ଅଭିଯୋଗକାରିଣୀଙ୍କ କିଛି ଅନ୍ତରଙ୍ଗ ଫଟୋ ରଖିଥିଲେ, ଯାହାକୁ ନେଇ ତାଙ୍କୁ ବ୍ଲାକମେଲିଂ କରିଥିଲେ । ଯାହାକୁ ନେଇ କେସ୍ ନଂ 496/22 ଏକ ମାମଲା ରୁଜୁ କରି ଏହି ମାମଲାକୁ ନିଜେ ଆଇଆଇସି ତଦନ୍ତ କରି ଘଟଣାରେ ଅର୍ଚ୍ଚନାକୁ ଗିରଫ କରାଯାଇଛି । ଏହାସହ ତାଙ୍କ ନିକଟରୁ ଫୋନ, ଟାବଲେଟ, ଡ଼ିଭିଏସ, ପାସବୁକ୍‌, ଡକ୍ୟୁମେଣ୍ଟ ଆଦି ଜବତ ହୋଇଛି । ଏହାସହ ଘରେ ଥିବା ସମସ୍ତ recording device ଜବତ ହୋଇଛି ।"

ଏହାମଧ୍ୟ ପଢନ୍ତୁ: ରାଜନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ, ଅଭିଯୋଗ ପରେ ଗିରଫ ହେଲେ ଲେଡି ବ୍ଲାକମେଲର

ଡିସିପି ଆହୁରି କହିଛନ୍ତି ଯେ," ଅର୍ଚ୍ଚନା ନାଗଙ୍କ ବ୍ୟାଙ୍କ କାରବାର ନେଇ ତଦନ୍ତ ଆରମ୍ଭ ହେବ । 5 ବର୍ଷ ଭିତରେ କରିଥିବା ଟ୍ରାଞ୍ଜେକସନ, ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ରିଜର୍ଭ ବ୍ୟାଙ୍କକୁ ମଗାଯାଇଛି । କେଉଁମାନେ ଅର୍ଚ୍ଚନାଙ୍କ ଦ୍ବାରା ବ୍ଲାକମେଲର ଶିକାର ହୋଇଥିଲେ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି । ଜମିଜମା ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ଆମ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛୁ । ଏହାସହ ରେଜିଷ୍ଟର କମ୍ପାନୀକୁ ମଧ୍ୟ କହୁଛି କି ତାଙ୍କ ନାଁରେ ଯଦି କିଛି କମ୍ପାନୀ ରହିଛି ତାହାର ହିସାବ ଦେବେ । ଏହି ଘଟଣାରେ ଅର୍ଚ୍ଚନା ନାଗଙ୍କ ଅନ୍ୟ କିଏ କିଏ ଆଉ ସାମିଲ ରହିଛନ୍ତି ସେନେଇ ଆମେ ତଦନ୍ତ ଜାରି ରଖିଛୁ ।

ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ମଧ୍ୟ ଚିଠି ଲେଖିଛୁ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବା କାରଣରୁ ତାଙ୍କୁ ତଦନ୍ତ କରାଯାଇନାହିଁ । ବ୍ଲାକମେଲିଂ ନେଇ ଖଣ୍ଡଗିରି ଥାନାରେ ଗତ ୨ ତାରିଖରେ ଜଣେ ଯୁବତୀ ଅଭିଯୋଗ କରିଥିଲେ । ସେନେଇ ତଦନ୍ତ ଜାରି ରହିଛି । ଯଦି ଆବଶ୍ୟକ ହୁଏ ଆମେ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବୁ । ଫାଇନାନ୍ସ ପାର୍ଟ ଉପରେ ଅଧିକ ଗୁରୁତ୍ବ ଦେବୁ । ଅର୍ଚ୍ଚନାଙ୍କ ସମ୍ପତ୍ତି, ତାଙ୍କ ନାମରେ ଯଦି କିଛି କମ୍ପାନୀ ରହିଛି ସେନେଇ ତଦନ୍ତ କରିବୁ । ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ ଦୁଇଟି କେସ ରହିଛି । ଖଣ୍ଡଗିରି ଆଉ ନୟାପଲ୍ଲୀ ରହିଥିବା କେସ ଅନୁସାରେ ତଦନ୍ତ ଜାରି ରହିଛି । ଆଉ କୌଣସି ଥାନାରେ କଣ କେସ ରହିଛି କି ସେନେଇ ମଧ୍ୟ ଆମେ ତଦନ୍ତ ଜାରି ରଖିଛୁ ।"

ସୂଚନା ଅନୁସାରେ ସଂପୃକ୍ତ ମହିଳାଙ୍କ ପାଖରୁ ପୋଲିସ ପେନ ଡ୍ରାଇଭ, ମୋବାଇଲ ଫୋନ ସମେତ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଛି । ଜବତ ହୋଇଥିବା ଦସ୍ତାବିଜରେ ଗିରଫ ମହିଳାଙ୍କ କଳା କାରନାମାର ଗୁପ୍ତ ତଥ୍ୟ ଥିବା କୁହାଯାଉଛି । ଗିରଫ ମହିଳା ଜଣଙ୍କ ହେଉଛନ୍ତି ଅର୍ଚ୍ଚନା ନାଗ ଚାନ୍ଦ । ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମହିଳା ଜଣଙ୍କ ଉଚ୍ଚ ଶିକ୍ଷିତା ଓ ଆଇନ ପାଠ ପଢିଥିବା ଜଣାପଡିଛି । ସ୍ୱାମୀ ଜଗବନ୍ଧୁ ଚାନ୍ଦ ସହାୟତାରେ ଏଭଳି କଳା କାରନାମାରେ କରୁଥିବା ସନ୍ଦେହ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details