ଓଡିଶା

odisha

ETV Bharat / city

ରାଜଧାନୀରେ ସାବାଡ଼ ହେବେ ଅପରାଧୀ, ଆସୁଛି ଡିସିପିଙ୍କ ସ୍ପେଶାଲ ୨୬ ଟିମ୍ - ରାଜଧାନୀରେ ସାବାଡ଼ ହେବେ ଅପରାଧି

ଦିନକୁ ଦିନ ରାଜଧାନୀରେ ବଢୁଛି ଅପରାଧ । ବିଗତ କିଛି ଦିନ ହେଲା ରାଜଧାନୀରେ ତାଣ୍ଡବ ମଚାଇଛନ୍ତି ଅପରାଧୀ । ଅପରାଧୀଙ୍କୁ ସାବାଡ କରିବା ପାଇଁ ଭୁବନେଶ୍ବର ଡିସିପଙ୍କ ନେତୃତ୍ବରେ ଆସୁଛି 26 ସ୍ପେଶାଲ ଟିମ । ଆଉ ଅପରାଧୀଙ୍କୁ ତ୍ରାହି ନାହିଁ ଅପରାଧ ଘଟାଇଲେ ଧରିବ ସ୍ପେଶାଲ ଟିମ । ଅଧିକ ପଢନ୍ତୁ...

dcp bhubaneswar make special 26 team street crime
ଆସୁଛି ଡିସିପିଙ୍କ ସ୍ପେଶାଲ ୨୬ ଟିମ୍

By

Published : Mar 8, 2021, 3:23 PM IST

Updated : Mar 8, 2021, 3:30 PM IST

ଭୁବନେଶ୍ବର: ରାଜଧାନୀରେ ସାବାଡ଼ ହେବେ ଅପରାଧୀ, ଆସୁଛି ଡିସିପିଙ୍କ ସ୍ପେଶାଲ ୨୬ ଟିମ୍ । ଏଣିକି ଅପରାଧିଙ୍କୁ ତ୍ରାହି ନାହିଁ । ଅପରାଧ ଘଟାଇଲେ ଧରିବ ସ୍ପେଶାଲ ଟିମ ।

ବିଗତ କିଛି ଦିନ ହେଲା ରାଜଧାନୀରେ ତାଣ୍ଡବ ମଚାଇଛନ୍ତି ଅପରାଧି । ପୋଲିସର ନିଦ ହଜାଇଛନ୍ତି ଲୋକଙ୍କ ବଞ୍ଚିବା ମୁସ୍କିଲ କଲେଣି । ଚୋରି ଡ଼କାୟତି ଠୁ ଆରମ୍ଭ କରି ଛିନତାଇ ସବୁଠୁ ଚିନ୍ତାଦାୟକ ହୋଇଛି । କିଛି ଦିନ ଧରି କାର କାଚ ଭାଙ୍ଗି ଲୁଟ । ବାଇକରେ ଆସି ଆକ୍ରମଣ କରି ଛିନତାଇ । ଏସବୁ ଅପରାଧ ମଚାଇ ଛୁ ମାରୁଛନ୍ତି ଅପରାଧି । ସେନେଇ ଏସବୁ ଷ୍ଟ୍ରିଟ କ୍ରାଇମ ରୋକିବା ନେଇ ଗଠନ ହେଲା ଡିସିପିଙ୍କ ସ୍ପେଶାଲ ୨୬ ଟିମ । ସବୁ ଥାନାର ଜଣେ ଲେଖାଏଁ ବଛା ବଛା ଏସଆଇକୁ ନେଇ ଗଠିତ ହୋଇଛି ଟିମ । ଯେଉଁଥିରେ ଅଛନ୍ତି ସବୁ ଥାନାର ଜଣେ ଲେଖାଏଁ ଏସ ଆଇ । ଯେଉଁମାନେ ସେମାନଙ୍କ ଥାନାର ୪ଜଣ ଲେଖାଏଁ କନଷ୍ଟେବଳଙ୍କୁ ନେଇ ନଜର ରଖିବେ ଥାନା ଅଞ୍ଚଳର ଅପରାଧି ଉପରେ । ଏମାନଙ୍କ ଦାୟିତ୍ବ କେବଳ ଧରପଗଡ଼ ଓ କ୍ରାଇମ ଏବଂ ପ୍ରପର୍ଟି ଡିଟେକ୍ସନ । କାଗଜ ପତ୍ର କିମ୍ବା ଆଇନ ଶୃଙ୍ଖଳା ନୁହେଁ ସହରର ହେଉଥିବା ଷ୍ଟ୍ରିଟ କ୍ରାଇମକୁ ନିୟନ୍ତ୍ରଣ କରିଵ ଏହି ସ୍ପେଶାଲ ଟିମ । ଏପରିକି ଆବଶ୍ୟକ ପଡିଲେ ପେସାଦାର ଅପରାଧି ଜେଲରୁ ଫେରି କ୍ରାଇମରେ ସମ୍ପୃକ୍ତ ରହିଲେ ନଜରକୁ ଆସିଲେ ଏନକାଉଣ୍ଟର ହେବାର ସମ୍ଭାବନା ରହିଛି ।

ଆସୁଛି ଡିସିପିଙ୍କ ସ୍ପେଶାଲ ୨୬ ଟିମ୍

କାରଣ ବିଗତ କିଛିଦିନ ଧରି ଯେଉଁଭଳି ଥରହର କରିଛନ୍ତି ତାକୁ ନିୟନ୍ତ୍ରଣ କରିବେ ସ୍ପେଶାଲ ୨୬ ଟିମ । ଏଥିପାଇଁ ସିଧାସଳଖ ଟିମ ନିଜେ ଲିଡ଼ କରିବେ ଡିସିପି । ଏଥିପାଇଁ ଡିସିପି ଅଫିସରେ ଏହାର ଏକ ମିଟିଂ ଡ଼କାଇ ବର୍ତମାନ ସକ୍ରିୟ ଥିବା କିଛି କ୍ରାଇମ ଟ୍ରେଣ୍ଡ ସମ୍ପର୍କରେ ଆଲୋଚନା କରିଛନ୍ତି । ଯାହା ଇନପୁଟ ରହିଛି ତାକୁ ସ୍ପେଶାଲ ସ୍କ୍ବାଡ଼ ଭୁବନେଶ୍ବର ଟିମ ତଦନ୍ତ କରି ସେ ଦିଗରେ ପଦକ୍ଷେପ ନିଆଯାଉଛି । କିଛି ପୋଲିସ ସ୍ପାଏକୁ ମଧ୍ୟ ଏନେଇ ଆକ୍ଟିଭ ହୋଇ ଇନପୁଟ ଦେବାକୁ କୁହାଯାଇଛି । ଘଟଣାର ଯେତେ ସମ୍ଭବ ଖବର କଣ୍ଟ୍ରୋଲ ରୁମକୁ ପହଞ୍ଚିବ ତୁରନ୍ତ ସେ ସ୍ଥାନର ୧ କିମି ରେଡିୟସ ଭିତରେ ସ୍ପେଶାଲ ୨୬ ଟିମ ଆରମ୍ଭ କରିବେ ଅପରେସନ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 8, 2021, 3:30 PM IST

ABOUT THE AUTHOR

...view details