ଭୁବନେଶ୍ବର:ରାଜଧାନୀରେ ପୂଜା ପାଇଁ ଜମୁଛି ଭିଡ । ରାସ୍ତା ଘାଟ ଜାମ । ଏସବୁ ଭିତରେ ପ୍ରଶାସନକୁ ଘାରିଛି କୋରୋନା ଚିନ୍ତା । ଏନେଇ ବିଭିନ୍ନ ପୂଜା ମଣ୍ଡପରେ ଅତର୍କିତ ପହଂଚିଥିଲେ ଭୁବେନେଶ୍ବର ଡିସିପି ଉମାଶଙ୍କର ଦାସ । ମଣ୍ଡପର ପୂଜା ଓ କଟକଣା ସ୍ଥିତି ପରଖିବା ସହ ଲୋକଙ୍କ ଭିଡ ଯେପରି ନହୁଏ ସେ ଦିଗ ପ୍ରତି ଦେଇଛନ୍ତି ଧ୍ୟାନ ।
ଏଥିପାଇଁ ସରକାରଙ୍କ ଗାଇଡଲାଇନ ଅନୁସାରେ ନିୟମ ପାଳନ କରାଯାଉଛି କି ନାହିଁ ସେ ନେଇ ହୋଇଛି ଯାଞ୍ଚ । ଅନେକ ମଣ୍ଡପରେ କିଛି କିଛି ଭକ୍ତ ଆସୁଥିବା ବେଳେ ଯାଞ୍ଚ ବେଳେ ସହିଦନଗର ମଣ୍ଡପରେ ଦୀପ ଷ୍ଟାଣ୍ଡକୁ ନେଇ ଉପୁଜିଛି ସମସ୍ୟା । ଲୋକେ ଦୀପ ଦେବାକୁ ଆସୁଥିବାବେଳେ କଟକଣାକୁ ଦୃଷ୍ଟିରେ ରଖି ଦୀପକୁ ବାହାରେ ନରଖି ଆବଧ ଭିତରେ ରଖିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ପୂଜାର ମାହୋଲରେ ସପିଂ ପାଇଁ ମାର୍କେଟରେ ମଧ୍ୟ ଭିଡ ଜମୁଛି । ତେବେ ସସୋସିଆଲ ଡିସଟାନସିଂ ଓ ମାସ୍କ ପିନ୍ଧିବା ନେଇ ମଧ୍ୟ ମାର୍କେଟର ସ୍ଥିତି ଅନୁଧ୍ୟାନ ପାଇଁ ବାହାରିଥିଲେ ଅତିରିକ୍ତ କମିସନର ରେଖା ଲୋହାନି ।