ଭୁବନେଶ୍ବର: ଓଡିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ନେତୃତ୍ବରେ ଆରମ୍ଭ ହେଲା କଂଗ୍ରେସ ଭବନରେ ନବ ନିଯୁକ୍ତ ଜିଲ୍ଲା ସଭାପତିମାନଙ୍କ ବୈଠକ । ଦଳର ଆଗାମୀ ରଣନୀତି ନେଇ ହେବ ବ୍ୟାପକ ଚର୍ଚ୍ଚା ଓ ଆଲୋଚନା । ସଂଗଠନ ମଜଭୁତ କରିବା ନେଇ ଜିଲ୍ଲା ସଭାପତିମାନଙ୍କୁ ଟାସ୍କ ଦେବେ ପ୍ରଭାରୀ ।
ଏପରିକି ବ୍ଲକ, ପଞ୍ଚାୟତ ଓ ପିସିସି କମିଟି ଗଠନ ନେଇ ଚର୍ଚ୍ଚା ହେବ ବୋଲି ଜଣାପଡିଛି । ଏହି ସମୟରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରିବେ । ସେପଟେ 33 ଟି ସାଂଗଠନିକ ଜିଲ୍ଲାର ନୂଆ ଜିଲ୍ଲା ସଭାପତି ମାନଙ୍କୁ ନେଇ କଂଗ୍ରେସ ଭବନ ମଧ୍ୟ ଉତ୍ସାହିତ ହୋଇପଡିଛି ।