ଓଡିଶା

odisha

ETV Bharat / city

ରାଜ୍ୟରେ ୨ ରୁ ୪ ଡିଗ୍ରୀ ବଢିବ ତାପମାତ୍ରା - Meteorological Department

ରାଜ୍ୟରେ ଦିନ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୨ ରୁ ୪ ଡିଗ୍ରୀ ଅଧିକ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବଢିବ ଦିନ ତାପମାତ୍ରା
ବଢିବ ଦିନ ତାପମାତ୍ରା

By

Published : Mar 5, 2021, 8:09 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁ ଅନୁଭୁତ ହେଲାଣି ଗ୍ରୀଷ୍ମପ୍ରବାହ। ରାତ୍ରିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ କମ ରହିଥିଲେ ବି ସାରା ରାଜ୍ୟରେ ଦିନ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୨ ରୁ ୪ ଡିଗ୍ରୀ ଅଧିକ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବଢିବ ଦିନ ତାପମାତ୍ରା

ଏହାବାଦ ଉପକୂଳ ଓଡିଶାରେ ସ୍ବଳ୍ପ କୁହୁଡି ଦେଖାଦେବ। ବାଲେଶ୍ବର, କେନ୍ଦ୍ରାପଡା, ମୟୁରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖାଦେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗତ ୨୪ ଘଣ୍ଟାରେ ସୁନ୍ଦରଗଡ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୩୯.୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩.୦ ଡିଗ୍ରୀ ରେକର୍ଡ କରାଯାଇଛି । ତାଳଚେରରେ ୩୮.୩, ଭୁବନେଶ୍ବରରେ ୩୮.୨, ଟିଟିଲାଗଡ଼ରେ ୩୮.୨, ମାଲକାନଗିରିରେ ୩୮.୦, ନୟାଗଡ଼ ଜିଲ୍ଲାରେ ୩୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଭୁବନେଶ୍ବର ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡି ଦେଖାଯାଇଥିବା ବେଳେ ବାରିପଦାରେ ସ୍ବଳ୍ପ କୁହୁଡି ଦେଖାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details