ଭୁବନେଶ୍ବର: ପ୍ରଥମ ଥର ପାଇଁ ଜଣେ ଦୁର୍ଦ୍ଦଶ ସାମ୍ରାଟଙ୍କୁ ଶାନ୍ତିର ପଥକୁ ଫେରାଇ ଆଣିବାରେ ଇତିହାସର ମୂକସାକ୍ଷୀ ଥିବା ଦୟା ନଦୀର ଶଯ୍ୟାରେ ଆରମ୍ଭ ହେବାକୁ ଯାଉଛି "ଦୟା ନଦୀ ମହାଆରତୀ"। ଯେଉଁଥିରେ ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥ ,ଶୁଭେଚ୍ଛୁ ଓ ଧର୍ମପରାୟଣ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଏହାକୁ ଆୟୋଜନ କରୁଥିବା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ପକ୍ଷରୁ ସୂଚନା ମିଳିଛି।
ପୌଷ ପୂର୍ଣ୍ଣିମାରେ ହେବ 'ଦୟାନଦୀ ମହାଆରତୀ' - ନଦୀର ଶଯ୍ୟା
ଦୟା ନଦୀର ଶଯ୍ୟାରେ ଆରମ୍ଭ ହେବାକୁ ଯାଉଛି "ଦୟା ନଦୀ ମହାଆରତୀ"। ସାଧୁ ସନ୍ଥ ,ଶୁଭେଚ୍ଛୁ ଓ ଧର୍ମପରାୟଣ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଏହାକୁ ଆୟୋଜନ କରୁଥିବା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ପକ୍ଷରୁ ସୂଚନା ମିଳିଛି।
ସୋମବାର ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କିପରି ଏହାର ସଫଳ ଆୟୋଜନ ହେବା ସହ ସର୍ବଧର୍ମ ସମନ୍ବୟରେ ଏହାର ଆୟୋଜନ ହୋଇ ପାରିବ ସେନେଇ ଚର୍ଚ୍ଚା ହୋଇଥିବା ଏହି କାର୍ଯ୍ୟକ୍ରମର ଉପଦେଷ୍ଟା ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରକାଶ କରିଛନ୍ତି। ଏହାର ମୁଖ୍ୟ ଉଦେଶ୍ୟ ବିଶ୍ବରେ ଦେଖାଦେଇଥିବା ମହାମରୀ ଯୋଗୁଁ ମାନବ ସମାଜ ଯେଉଁ ଦୁଃଖ ସହିଛି ସେଥିରୁ ସେମାନଙ୍କୁ ଶାନ୍ତି ପ୍ରଦାନ କରିବା। ଏହା ସହ ବୁଦ୍ଧଙ୍କ ସେହି ବାଣୀର ପ୍ରଚାର କରିବା ବୋଲି ଆୟୋଜକ କମିଟିର ସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ