ଓଡିଶା

odisha

ETV Bharat / city

କୋଭିଡ ଟୀକାକରଣର ସପ୍ତମ ଦିନ: ୧୦୫% ସ୍ବାସ୍ଥ୍ୟକର୍ମୀ ନେଲେ ଟିକା - day7 covid-19 vaccination

ରାଜ୍ୟରେ କୋଭିଡ୍‌ ଟିକାକରଣର ସପ୍ତମ ଦିନ । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୨୧.୭% ସ୍ବାସ୍ଥ୍ୟକର୍ମୀ ନେଲେ ଟିକା । ଟିକା ନେବା ପରେ କେହି ହୋଇନାହାନ୍ତି ଅସୁସ୍ଥ ।

କୋଭିଡ ଟୀକାକରଣର ସପ୍ତମ ଦିନ:  ୧୦୫% ସ୍ବାସ୍ଥ୍ୟକର୍ମୀ ନେଲେ ଟିକା
କୋଭିଡ ଟୀକାକରଣର ସପ୍ତମ ଦିନ: ୧୦୫% ସ୍ବାସ୍ଥ୍ୟକର୍ମୀ ନେଲେ ଟିକା

By

Published : Jan 23, 2021, 10:37 PM IST

ଭୁବନେଶ୍ବର: ଜାରି ରହିଛି କୋଭିଡ ଟୀକାକରଣ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣର ଆଜି ସପ୍ତମ ଦିନ । ସଂଧ୍ୟା 6ଟା ସୁଦ୍ଧା224 ଟି ସ୍ଥାନରେ ୧୦୫% ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି ଟିକାଦାନ ।

ଆଜି କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୨୧.୭% ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦାନ ଦିଆଯାଇଛି । ତେବେ ଟିକା ନେବା ପରେ କେହି ଅସୁସ୍ଥ ହୋଇଥିବାର ସୂଚନା ନାହିଁ ।

ତେବେ ଷଷ୍ଠ ଦିନରେ ରାଜ୍ୟରେ ୧୫୨ ସେସନ୍ ସାଇଟରେ କୋଭିଡ୍ ଟୀକାକରଣ ହୋଇଛି । କାଲି ରାଜ୍ୟରେ ୧୩ ହଜାର ୧୯୫ ଜଣ ହିତାଧିକାରୀଙ୍କୁ ଟିକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ସନ୍ଧ୍ୟା ୬ ଟା ସୁଦ୍ଧା ମୋଟ ୧୬ ହଜାର ୩୮୪ ଜଣ ହିତାଧିକାରୀଙ୍କୁ ଟୀକାକରଣ କରାଯାଇଛି ଯାହାକି ମୋଟ ପରିମାଣର 124 ପ୍ରତିଶତ ।

ABOUT THE AUTHOR

...view details