ଭୁବନେଶ୍ବର: ଯୁକ୍ତ ତିନିରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ମିଳିଛି । ମହାବିଦ୍ୟାଳୟମାନଙ୍କରେ ଖାଲି ଥିବା ସିଟ୍ରେ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଏନେଇ ସମୟସୀମା ସହିତ ମାର୍ଗଦର୍ଶିକା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି । ବିଭିନ୍ନ କାରଣରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଯେଉଁ ଛାତ୍ରଛାତ୍ରୀ ଆବେଦନ କରିପାରି ନଥିଲେ ସେମାନେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ କରିପାରିବେ । ଆସନ୍ତା 13 ତାରିଖରୁ 19 ତାରିଖ ଯାଏଁ ଛାତ୍ରଛାତ୍ରୀ ଆବେଦନ କରିବେ । 27 ତାରିଖ ଅପରାହ୍ନ ସମୟରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ।
ଏହାମଧ୍ୟ ପଢନ୍ତୁ:ଇଟିଭି ଭାରତକୁ ପ୍ରତିକ୍ରିୟା ଦେଲେ OAS ଟପ୍ପର ତେଜସ୍ବିନୀ