ବାତ୍ୟା ଅମ୍ଫାନ ପାଇଁ ଘୁଞ୍ଚିଲା ମାଟ୍ରିକ ଖାତାଦେଖା ତାରିଖ - matric paper valuation postpone
13:52 May 18
ବାତ୍ୟା ପାଇଁ ଘୁଞ୍ଚିଲା ମାଟ୍ରିକ ଖାତାଦେଖା ତାରିଖ
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ଦୃଷ୍ଟିରେ ରଖି ଆସନ୍ତା 20ରେ ହେବାକୁ ଥିବା ମାଟ୍ରିକ ଖାତାଦେଖାକୁ ଘୁଞ୍ଚାଇ ଦିଆଯାଇଛି । ମେ 20 ପରିବର୍ତ୍ତେ 21 ତାରିଖରୁ ହେବ ମୂଲ୍ୟାୟନ। ଏନେଇ ସୋମବାର ଲୋକସେବା ଭବନରେ ସକାଳ ୧୧ଟା ୩୦ରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ଚୂଡାନ୍ତ ନିଷ୍ପତ୍ତି ହୋଇଛି।
ମେ 20 ମଧ୍ୟାହ୍ନରେ ଦିଘା ଓ ହଟିଆ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା 'ଅମ୍ଫାନ' । ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ତଥା ପ୍ରସ୍ତୁତି ଚାଲିଛି । ଏନେଇ ମାଟ୍ରିକ ଖାତା ମୂଲ୍ୟାୟନ ଘୁଞ୍ଚାଯାଇଛି । ସେପଟେ ଜୁଲାଇ 1ରୁ 15 ଭିତରେ ଯୁକ୍ତ 2 ଅବଶିଷ୍ଟ ପରୀକ୍ଷା ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେହିପରି ଜୁନ 1ରୁ ଯୁକ୍ତ ଦୁଇ ଖାତା ଦେଖା ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ