ଓଡିଶା

odisha

By

Published : Aug 29, 2022, 10:58 PM IST

ETV Bharat / city

ତୁଟିବ ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ, ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ଗ୍ରାମବାସୀ

ଦାରୁଠେଙ୍ଗ ସ୍ଥିତ ଭୁଆଶୁଣି ଡମ୍ପିଂୟାର୍ଡରେ ଅଳିଆ ପକାଇବା ବିବାଦ ତୁଟିବ । ବିବାଦରେ ହସ୍ତକ୍ଷେପ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ Daruthenga dumping yard problem । ଅଧିକ ପଢ଼ନ୍ତୁ

ତୁଟିବ ଦାରୁଠେଙ୍ଗ ଡମ୍ପିୟାର୍ଡ ବିବାଦ, ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ଗ୍ରାମବାସୀ
ତୁଟିବ ଦାରୁଠେଙ୍ଗ ଡମ୍ପିୟାର୍ଡ ବିବାଦ, ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ଗ୍ରାମବାସୀ

ଭୁବନେଶ୍ବର:ତୁଟିବ ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ । ଦୀର୍ଘ ଦିନ ହେଲା ଚାଲିଥିବା ବିବାଦରେ ହସ୍ତକ୍ଷେପ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ Daruthenga dumping yard problem । ଆସନ୍ତା କିଛି ଦିନ ମଧ୍ୟରେ ବିବାଦ ସମାଧାନ ହୋଇଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତୁଟିବ ଦାରୁଠେଙ୍ଗ ଡମ୍ପିୟାର୍ଡ ବିବାଦ, ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ଗ୍ରାମବାସୀ

ସୋମବାର ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ, ସ୍ଥାନୀୟ ଲୋକ ପ୍ରତିନିଧି ଓ ଗ୍ରାମବାସୀ । ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ ହୋଇଛି । ଘଟଣାରେ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି । ମନ୍ତ୍ରୀ କହିଛନ୍ତି ଯେ, "ଅଞ୍ଚଳବାସୀଙ୍କ ସହିତ ଆଲୋଚନା ଚାଲିଛି । କମିଶନର ଆଉ ମେୟର ସେଥିରେ ବ୍ୟସ୍ତ ଅଛନ୍ତି । ଯାହାବି ହେଉ 2ରୁ 3 ଦିନ ଭିତରେ ଏହାର ସମାଧାନ ହେବ ।"

ଏହା ବି ପଢ଼ନ୍ତୁଆବର୍ଜନାରେ ବେହାଲ ରାଜଧାନୀ, ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଯାଉନି ଅଳିଆ ଗାଡି

ବିଏମସି ପକ୍ଷରୁ ଅଳିଆ ପକାଇବାକୁ ଗ୍ରାମବାସୀଙ୍କୁ ସମୟ ମଗାଯାଇଥିବା ବେଳେ ଏଥିରେ ରାଜି ହୋଇନାହାନ୍ତି ଗ୍ରାମବାସୀ । ଗ୍ରାମବାସୀମାନେ ଏବେ ଆଉ BMCକୁ ବିଶ୍ୱାସକୁ ନେଉନାହାନ୍ତି । BMC କେବେ ନିଜର ପ୍ରତିଶୃତି ପାଳନ କରିନି । ତେଣୁ ଗ୍ରାମବାସୀ ଏଥିରେ ସିଧାସଳଖ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଦାରୁଠେଙ୍ଗ ସ୍ଥିତ ଭୁଆଶୁଣି ଡମ୍ପିଂୟାର୍ଡରେ ଅଳିଆ ପକାଇବା ପାଇଁ ଅଗଷ୍ଟ ୨୮ ତାରିଖରେ ଗ୍ରାମବାସୀ ଓ ବିଏମ୍‌ସିକୁ ନେଇ ଗ୍ରାମସଭା ବସିଥିଲା । ଏଠାରେ ଆବର୍ଜନା ପକାଇବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଗ୍ରାମବାସୀ । କୌଣସି ପରିସ୍ଥିତିରେ ବି ଏଠାରେ ଆବର୍ଜନା ପକାଇବାକୁ ଦିଆଯିବା ନାହିଁ ବୋଲି ଗ୍ରାମବାସୀ ରୋକଠୋକ ମନା କରି ଦେଇଥିଲେ । ଏହାପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଛନ୍ତି ।

ଏବେ ସହରରେ ଯୁଆଡେ ଚାହିଁଲେ ଖାଲି କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇରହିଛି l ରାଜଧାନୀ ପରିମଳ ବ୍ୟବସ୍ଥା ବିଗିଡି ଥିବାବେଳେ ଏହାଦ୍ବାରା ସ୍ମାର୍ଟସିଟିର ଛବି ମଳିନ ହେଉଛି l ସେପଟେ ସୈନିକ ସ୍କୁଲ୍‌ ନିକଟସ୍ଥ ଟିଟିଏସ୍‌ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବା ବେଳେ, କେଉଁଠି ଅଳିଆ ପଡିବ ସେନେଇ ବଢିଛି ଚିନ୍ତା । କେହି ବାହାରେ ଆବର୍ଜନା ପକାଇବେ ନାହିଁ, ଘର ଘର ବୁଲି ଗାଡ଼ି ଆବର୍ଜନା ସଂଗ୍ରହ କରିବ ଏଭଳି ଘୋଷଣା ପରେ ପୂର୍ବରୁ ପଡ଼ିଥିବା ବଡ଼ ବଡ଼ ଡଷ୍ଟବିନ୍‌ ଠିକା ସଂସ୍ଥା ଉଠାଇ ନେଇଛନ୍ତି । ତେଣୁ ଆବର୍ଜନା ଏବେ ସବୁ ରାସ୍ତା କଡ଼ରେ ଗଦା ହୋଇରହିଛି । ଅନେକ ସ୍ଥାନରେ ଅଳିଆ ଓ ଆବର୍ଜନା ପଡି ରହିବା ଯୋଗୁଁ ପଚା ଦୁର୍ଗନ୍ଧରେ ନାକ ଫାଟି ପଡୁଛି l

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details