ଓଡିଶା

odisha

ETV Bharat / city

ବିପଦରେ ଲିଙ୍ଗରାଜ ମନ୍ଦିର, ଏଏସଆଇକୁ ଚିଠି ଲେଖିଲେ ଦେବୋତ୍ତର କମିଶନର - ବିପଦରେ ଲିଙ୍ଗରାଜ ମନ୍ଦିର

ଲିଙ୍ଗରାଜ ମନ୍ଦିରର ଉପଯୁକ୍ତ ରକ୍ଷଣାବେକ୍ଷଣରେ ଅବେହଳା କରାଯାଇଥିବା ଦର୍ଶାଇ ପତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାକୁ ଚିଠି ଲେଖିଲେ ଦେବୋତ୍ତର କମିଶନର ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

By

Published : Sep 26, 2019, 8:40 PM IST

ଭୁବନେଶ୍ବର: ବିପଦ ସଙ୍କୁଳ ଅବସ୍ଥାରେ ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର । ମନ୍ଦିରର ଉପଯୁକ୍ତ ରକ୍ଷଣାବେକ୍ଷଣରେ ଅବେହଳା କରାଯାଇଥିବା ଦର୍ଶାଇ ପତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାକୁ ଚିଠି ଲେଖିଲେ ଦେବୋତ୍ତର କମିଶନର । ଯେଉଁଥିରେ ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ ଥିବା କଥା କହାଯିବା ସହ ଶୀଘ୍ର ମରାମତି କରାଯିବାକୁ ଦେବୋତ୍ତର କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏଏସଆଇକୁ ଚିଠି

ପ୍ରଭୁ ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଗର୍ଭ ଗୃହରେ ପାଣି ଗଳୁଛି । କେବଳ ମୁଖ୍ୟ ମନ୍ଦିର ନୁହେଁ, ଲିଙ୍ଗରାଜ ମନ୍ଦିର ବେଢା ଭିତରେ ଥିବା ଏକାଧିକ ମନ୍ଦିରର ମଧ୍ୟ ଅନୁରୂପ ଅବସ୍ଥା । ସେପ୍ଟେମ୍ବର ୨୫ ତାରିଖରେ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର ଚିତରଞ୍ଜନ ମହାପାତ୍ର । ଚିଠିରେ ଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
11ଶହ ଶତାବ୍ଦୀରେ ତିଆରି ହୋଇଥିବା ଏହି ମନ୍ଦିର ବିଶ୍ବର ଅନ୍ୟତମ ଐତିହ୍ୟ । ଏହାର ରକ୍ଷଣାବେକ୍ଷଣା ନେଇ ଏଏସଆଇ ପକ୍ଷରୁ ସଠିକ ପଦକ୍ଷେପ ନିଆଯାଉ ନାହିଁ । ମୁଖ୍ୟ ମନ୍ଦିରର ଦଧି ନଉତିରେ ଫାଟ ସୃଷ୍ଟି ନେଇ ମନ୍ଦିରର ସେବକମାନେ ଏଏସଆଇ କତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ ।

ଏହି ଫାଟର ତୁରନ୍ତ ମରାମତି ଆବଶ୍ୟକତା ରହିଛି । ଏହା ସହିତ ମନ୍ଦିରର ସୁରକ୍ଷାକୁ ଗୁରୁତ୍ୱ ଦେବା ଦରକାର । ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରେ ଥିବା ଜବର ଦଖଲ ମିଳିତ ଉଦ୍ୟମରେ ଉଛେଦ ହେବା ଦରକାର । ଏନେଇ ବିଏମସି, ବିଡିଏ ଏବଂ ଏଏସଆଇ ମିଳିତ ଚେଷ୍ଟା କରିବା ଦରକାର ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details