ଓଡିଶା

odisha

ETV Bharat / city

ସ୍ବପ୍ନ ଭାଙ୍ଗିଦେଲେ ଶେଫାଳି ମ୍ୟାଡାମ, ବିଦେଶ ଯିବାକୁ କହି ଠକିନେଲେ ସାଢେ ୩ ଲକ୍ଷ - ଡ୍ୟାନ୍ସ ମ୍ୟାଡାମ

ଡ୍ୟାନ୍ସରେ ଚାନ୍ସ ଦେବାକୁ କହି ଚୁନ ଲଗାଇଲେ ଡ୍ୟାନ୍ସ ମ୍ୟାଡାମ । ଠକିନେଲେ ଲକ୍ଷାଧିକ ଟଙ୍କା । ଅଧିକ ପଢନ୍ତୁ...

ସ୍ବପ୍ନ ଭାଙ୍ଗିଦେଲେ ଶେଫାଳି ମ୍ୟାଡeମ, ବିଦେଶ ଯିବାକୁ କହି ଠକିନେଲେ ସାଢେ ୩ଲକ୍ଷ
ସ୍ବପ୍ନ ଭାଙ୍ଗିଦେଲେ ଶେଫାଳି ମ୍ୟାଡeମ, ବିଦେଶ ଯିବାକୁ କହି ଠକିନେଲେ ସାଢେ ୩ଲକ୍ଷ

By

Published : Aug 7, 2021, 9:00 AM IST

ଭୁବନେଶ୍ବର:ଡ୍ୟାନ୍ସ ମ୍ୟାଡାମଙ୍କ ନାଁରେ ସାଙ୍ଗାତିକ ଅଭିଯୋଗ । ଡ୍ୟାନ୍ସରେ ଚାନ୍ସ ଦେବାକୁ କହି ଚୁନ ଲଗାଇଲେ ଡ୍ୟାନ୍ସ ମ୍ୟାଡାମ । ଠକିନେଲେ ସାଢେ ୩ଲକ୍ଷ ଟଙ୍କା । ଉତ୍କଳ ଦିବସରେ ଦୁବାଇରେ ଡ୍ୟାନସ ସମାରୋହରେ ଯୋଗଦେବାକୁ କହି ଠକେଇର ଷଡଯନ୍ତ୍ର ରଚିଥିଲେ ଡ୍ୟାନ୍ସ ମାଷ୍ଟରାଣୀ । ଏମିତି ଭାବରେ ନିରିହ କୁନି ପିଲାଙ୍କୁ ବିଦେଶ ନେବାର ସ୍ବପ୍ନ ଦେଖାଇ ଠକେଇ ପରେ ଧରାଛୁଆଁ ଦେଉନାହାନ୍ତି ସମ୍ପୃକ୍ତ ମହିଳା ଡ୍ୟାନ୍ସର । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା କୁନି ଡ୍ୟାନ୍ସର ଓ ତାଙ୍କ ଅଭିଭାବକ ଲକ୍ଷ୍ମୀସାଗର ଥାନାରେ ଆଭିଯୋଗ କରିଥିଲେ ମଧ୍ୟ ପୋଲିସ ୪୨୦ ଧାରାରେ କେସ ରୁଜୁ କରି ଚୁପ ବସିଛି ।

ସ୍ବପ୍ନ ଭାଙ୍ଗିଦେଲେ ଶେଫାଳି ମ୍ୟାଡeମ, ବିଦେଶ ଯିବାକୁ କହି ଠକିନେଲେ ସାଢେ ୩ଲକ୍ଷ

କାରଣ ସେହି ମ୍ୟାଡାମଙ୍କର ସ୍ବାମୀ ଜଣେ ରାଜନୈତିକ ଦଳର ବ୍ୟକ୍ତି ବୋଲି ତାଙ୍କୁ ଗିରଫ କରିବାକୁ ପଛଘୁଞ୍ଚା ଦେଉଛି ପୋଲିସ । ତେବେ ପୋଲିସର ଏପରି ଅବହେଳା ନେଇ ପ୍ରଥମେ ଡିସିପି ଅଫିସ ପରେ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ କୁନି ଡ୍ୟାନ୍ସର ଓ ତାଙ୍କ ଅଭିଭାବକ । ହେଲେ ସେଠାରେ କମିଶନର ତାଙ୍କର କଥା ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ସେମାନଙ୍କୁ ନିରାଶ କରିଥିଲେ । ଶେଷରେ ମିଡିଆ ଆଗରେ ଅସହାୟତା ପ୍ରକାଶ କରିଥିଲେ ଅଭିଭାବକ । ଏହି ଘଟଣାରେ କେଶ ହେବା କଥା ନୁହେଁ ବୋଲି କମିଶନର କହିଥିବା ମହିଳା ଜଣଙ୍କ କହିଛନ୍ତି । ଏଥିପାଇଁ ଆମେ ଡ୍ୟାନ୍ସ ମ୍ୟାଡାମଙ୍କୁ ଡକାଇ କମ୍ପରମାଇଜ କରିବୁ ବୋଲି କମିଶନର କହିଥିବା ସେ ଅଭିଯୋଗ ଆଣିଥିଲେ । କମିଶନରେଟ ପୋଲିସର‌ ଏପରି ବ୍ୟବହାର ଓ କାର୍ଯାନୁଷ୍ଠାନ ନେଇ ଅସହାୟତା ପ୍ରକାଶ ସହ ପୋଲିସ ପ୍ରତି ଥିବା ମନୋଭାଵ ନେଇ ଅସନ୍ତୋଷ ଜାହିର କରିଥିଲେ।

ତେବେ ଲକ୍ଷ୍ମୀସାଗର ଅଞ୍ଚଳର କିଛି କୁନି ପିଲା ପାସନ ପଲଜ ଏକ୍ସପ୍ରେସନ ଗ୍ରୁପରେ ଡ୍ୟାନ୍ସ ଶିଖୁଥିଲେ । ଏନେଇ ତାଙ୍କୁ ଡ୍ୟାନ୍ସର ଶେଫାଳି ଆସି ବାହାରକୁ ଡ୍ୟାନ୍ସ ଯିବା କହି ଏଥିପାଇଁ ପାସପୋର୍ଟ ଓ ଭିସା ପାଇଁ ସାଢେ ତିନି ଲକ୍ଷ ନେଇଥିଲେ । ଗତ ଉତ୍କଳ ଦିବସରେ ସେମାନେ ଦୁବାଇରେ ଡ୍ୟାନସ ପରିବେଷଣ କରିଥାନ୍ତେ । ହେଲେ କୋରୋନା‌ପାଇଁ ଯେତେବେଳେ ଜାଣିଲେ ସେଠାରେ ସେଭଳି କୌଣସି କାର୍ଯ୍ୟକ୍ରମ ନାହିଁ ଶେଷରେ ଶେଫାଳିଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ ଥାନାରେ ଏଭିଯୋଗ ପରେ ପୋଲିସ ଏକ କେସ ରୁଜୁ କରିଛି । ହେଲେ ନେତାଙ୍କ ପ୍ରେସରରେ ଏବେ ସମ୍ପୃକ୍ତ ଡ୍ୟାନସରକୁ ଗିରଫ କରିବାକୁ ପୋଲିସ ପଛଘୁଞ୍ଚା ଦେଉଥିବା ସନ୍ଧେହ କରାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ABOUT THE AUTHOR

...view details