ଓଡିଶା

odisha

ETV Bharat / city

Babushan BirthDay: ଶୁଭେଚ୍ଛା ଜଣାଇଲା ଦମନ ଟିମ୍‌ - ବାବୁଶାନଙ୍କୁ ଜନ୍ମଦିନ ଶୁଭେଚ୍ଛା

ଆଜି ବିବାଦରେ ଫସିଥିବା ଅଭିନେତା ବାବୁଶାନ୍‌ଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଦମନ' ଟିମ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

Babushan BirthDay: ଶୁଭେଚ୍ଛା ଜଣାଇଲା ଦମନ ଟିମ୍‌
Babushan BirthDay: ଶୁଭେଚ୍ଛା ଜଣାଇଲା ଦମନ ଟିମ୍‌

By

Published : Jul 30, 2022, 8:15 PM IST

Updated : Jul 30, 2022, 8:44 PM IST

ଭୁବନେଶ୍ବର:ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହୋଇପଡ଼ିଥିବା ଓଲିଉଡ଼ ସୁପରଷ୍ଟାର ବାବୁଶାନ୍‌ ମହାନ୍ତିଙ୍କ ଆଜି ହେଉଛି ଜନ୍ମଦିନ । ବିବାଦ ଘେରରେ ଥିଲେ ମଧ୍ୟ ଫ୍ୟନ୍ସଙ୍କ ସହିତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଦମନ'ର ଟିମ୍‌ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଶୁଭେଚ୍ଛା ଜଣାଇଲା ଦମନ ଟିମ୍‌

ଫିଲ୍ମର ୨ ପ୍ରଯୋଜକଙ୍କ ସହ ନିର୍ଦ୍ଦେଶକ ଆସି ବାବୁଙ୍କୁ ଭେଟିବା ସହ ଜନ୍ମ ଦିନର ଶୁଭେଚ୍ଛା ଓ ଶୁଭକାମନା ଦେଇଛନ୍ତି । ଏନେଇ ଟିମ କହିଛି ଯେ, "ପାରିବାରିକ ବିବାଦରୁ ଊର୍ଦ୍ଧ୍ବରେ ରହି ଆମେ ଶୁଭେଚ୍ଛା ଜଣାଇବାକୁ ଆସିଛୁ । ଏଣୁ ଆମେ ଭଗବାନଙ୍କ ପାଖରେ ପ୍ରାର୍ଥିନା କରୁଛୁ ଏହାର ସମାଧାନ ହୋଇଯାଉ।" ତେବେ ଟିମ ସିନେମାକୁ ନେଇ ବହୁତ ଆଶାବାଦୀ ଥିବା ବେଳେ ଚଳଚ୍ଚିତ୍ରର ନିଚ୍ଛକ କାହାଣୀ ହିଁ ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି କହିଛି।

ଏହାସହ ବାବୁଶାନ୍‌ ଏଥିରେ ଦମଦାର ଅଭିନୟ କରିଛନ୍ତି । ଏଣୁ ଏହି ବିବାଦ ସିନେମା ଉପରେ କୌଣସି ପ୍ରଭାବ ପକାଇବନାହିଁ ବୋଲି ଦମନ ଟିମ କହିଛି । ଅନ୍ୟପଟେ ବାବୁଶାନ୍‌ଙ୍କ ଜନ୍ମ ଦିନରେ ନିଦ୍ଦେର୍ଶକ ସୁଧାକର ବସନ୍ତ ମଧ୍ୟ ଆସି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 30, 2022, 8:44 PM IST

ABOUT THE AUTHOR

...view details