ଓଡିଶା

odisha

ETV Bharat / city

ରାଜନୀତିରୁ ଅବସର ନେବେ ଦାମ ! - dama rout will retired soon from politics

ରାଜନୀତିରୁ ଖୁବଶୀଘ୍ର ଅବସର ନେବା ନେଇ ଘୋଷଣା କରିବେ ଦାମ ରାଉତ ।  ଆଜି ଦାମ ବାବୁ ଏପରି କହି ପୁଣି ଗଣମାଧ୍ୟମର ଶିରୋନାମାରେ ହେବାକୁ ଉଦ୍ୟମ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

By

Published : Oct 3, 2019, 8:43 PM IST

ଭୁବନେଶ୍ବର: ରାଜନୀତିରୁ ଅବସର ନେବେ ଦାମ ରାଉତ । ଏନେଇ ଖୁବ ଶୀଘ୍ର ସେ ଘୋଷଣା କରିବେ । ଆଜି ଦାମ ବାବୁ ଏପରି କହି ଗଣମାଧ୍ୟମର ଶିରୋନାମାରେ ରହିବାକୁ ଉଦ୍ୟମ କରିଛନ୍ତି ।

ରାଜନୀତିରୁ ଅବସର ନେବେ ଦାମ !

ଦାମ କହିଛନ୍ତି, ବିଜେଡିରୁ ବହିଷ୍କାର ହେଲା ପରେ ବିଜେପି ପ୍ରଲୋଭିତ କରିଥିଲା । ‘ହେଲିକପ୍ଟର ଦେଲା, ଚାରିଆଡେ ବୁଲେଇଲା । ହେଲେ ନିର୍ବାଚନ ସରିଲା ପ​‌ରେ ଆଉ ପଚାରୁ ନାହାନ୍ତି । ଆଉ ଏବେ ସେ ବିଜେପି ସଂଶ୍ଲିଷ୍ଟ ଥିଲା ପରି ମନେ କରୁନାହାନ୍ତି ।’ ଏଥିଯୋଗୁଁ ନିର୍ବାଚନରେ ଅବତୀର୍ଣ୍ଣ ହେବାର ନାହିଁ ବୋଲି ଦାମ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ABOUT THE AUTHOR

...view details