ଓଡିଶା

odisha

ଚିଲିକାବାସୀଙ୍କ ସୁରକ୍ଷା ପାଇଁ ନିର୍ମାଣ ହେବ ସ୍ଵତନ୍ତ୍ର ବନ୍ଧ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ...

By

Published : Oct 4, 2021, 8:59 PM IST

Published : Oct 4, 2021, 8:59 PM IST

ଚିଲିକାବାସୀଙ୍କ ସୁରକ୍ଷା ପାଇଁ ନିର୍ମାଣ ହେବ ସ୍ଵତନ୍ତ୍ର ବନ୍ଧ
ଚିଲିକାବାସୀଙ୍କ ସୁରକ୍ଷା ପାଇଁ ନିର୍ମାଣ ହେବ ସ୍ଵତନ୍ତ୍ର ବନ୍ଧ

ଭୁବନେଶ୍ବର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ବୈଠକରେ ପୁରୀ ଜିଲ୍ଲାରେ ଅର୍ଦ୍ଧନିର୍ମିତ ଭାର୍ଗବୀ ନଦୀ ଉପରେ ପ୍ରସ୍ତାବିତ ମାଳିସାହି ସେତୁ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଗୁରୁତ୍ୱ ଦେଇଛନ୍ତି । ୭ ଦିନ ମଧ୍ୟରେ ଓଡ଼ିଶା କନ୍‌ଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCC) ଦାୟିତ୍ଵରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଚିଲିକାବାସୀଙ୍କ ସୁରକ୍ଷା ପାଇଁ ନିର୍ମାଣ ହେବ ସ୍ଵତନ୍ତ୍ର ବନ୍ଧ

ସୁନାମୁଖୀ ନଦୀ ଉପରେ କଣ୍ଟ୍ରୋଲ ଷ୍ଟ୍ରକଚର ଓ ବ୍ରିଜ୍‌ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଉଛି । ଏହି ଦାବିକୁ ବିଚାରକୁ ନେଇ ଏହାର କାର୍ଯ୍ୟ ଡ୍ରେନେଜ୍ ବିଭାଗ ତରଫରୁ ୭ କୋଟି ଟଙ୍କା ବିନିମୟରେ ଆରମ୍ଭ କରିବା ପାଇଁ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚିଲିକା ଓ ସମୁଦ୍ର ଦ୍ଵାରା କ୍ରମାଗତ ଜୁଆର ଓ ସାମୁଦ୍ରିକ ଝଡ଼ ଦ୍ଵାରା ଆଳୁପାଟଣାଠାରୁ ମୋଟ ପର୍ଯ୍ୟନ୍ତ ତଟବର୍ତ୍ତୀ ଅଞ୍ଚଳ ବାରମ୍ବାର ପ୍ରଭାବିତ ହେଉଥିବାରୁ ଦୀର୍ଘକାଳୀନ ଓ ସ୍ଥାୟୀ ଯୋଜନା ପ୍ରସ୍ତୁତ କରି ତୁରନ୍ତ ପଦକ୍ଷେପ ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି ।

ସାମୁଦ୍ରିକ ଝଡ଼ ବେଳେ ସମୁଦ୍ର ଓ ଚିଲିକା ଜୁଆର ପାଣିରେ ପ୍ରଭାବିତ ହେଉଛି ଆଳୁପାଟଣା, ବାଘମୁଣ୍ଡା, ନୂଆଗାଁ, ସିପକୁଦା, ଅରକୁଦା, ସାନପାଟଣା, ମିର୍ଜାପୁର, ଗବଗୁଣ୍ଡୁ, ସିପବନ୍ଧ । କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ସୁରକ୍ଷା ପାଇଁ ତୁରନ୍ତ ନାବାର୍ଡ ସହାୟତାରେ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ମୁଖ୍ୟ ଶାସନ ସଚିବ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୩ଟି ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆରମ୍ଭ ଓ ଶେଷ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ଏହି ଭର୍ଚୁଆଲ ବୈଠକରେ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟ ବନ ସଂରକ୍ଷକ (PCCF), ମୁଖ୍ୟ କାର୍ଯ୍ୟନିର୍ବାହୀ (CDA), ଜଳସଂପଦ ବିଭାଗର ପ୍ରମୁଖ ଯନ୍ତ୍ରୀ, ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ, ବନ୍ୟା ନିୟନ୍ତ୍ରଣ ଓ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ, ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ (ଡିଜାଇନ୍) ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details