ଓଡିଶା

odisha

By

Published : Apr 5, 2020, 9:03 PM IST

ETV Bharat / city

ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ପରିମାଣରେ ଅଛି: ଓଡିଶା ବ୍ୟବସାୟୀ ମହାସଂଘ

ରାଜ୍ୟରେ ଆବଶ୍ୟକ ଠାରୁ ବହୁତ ଅଧିକ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । ସାରା ରାଜ୍ୟର ଲୋକମାନଙ୍କର ଚାହିଦା ଅତିକମରେ 20 ଦିନ ପାଇଁ ମେଣ୍ଟାଇ ପାରିବ ବୋଲି ଓଡିଶା ବ୍ୟବସାୟୀ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଧାକର ପଣ୍ଡା କହିଛନ୍ତି । ଅଧିକ ପଢନ୍ତୁ...

daily-needs-sufficient-in-odisha-says-odisha-business-association-secratary
ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ପରିମାଣରେ ଅଛି :ଓଡିଶା ବ୍ୟବସାୟୀ ମହାସଂଘ

ଭୁବନେଶ୍ବର: ରାଜ୍ୟରେ ଆବଶ୍ୟକ ଠାରୁ ବହୁତ ଅଧିକ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । ସାରା ରାଜ୍ୟର ଲୋକମାନଙ୍କର ଚାହିଦା ଅତିକମରେ 20 ଦିନ ପାଇଁ ମେଣ୍ଟାଇ ପାରିବ । ଲୋକମାନେ କୌଣସି ପ୍ରକାର ବିବ୍ରତ ନ ହୋଇ ନିଜ ସୁବିଧା ହିସାବରେ ଆସି ସାମଗ୍ରୀ କିଣି ପାରିବେ ବୋଲି ଓଡିଶା ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ନିବେଦନ କରାଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ପରିମାଣରେ ଅଛି :ଓଡିଶା ବ୍ୟବସାୟୀ ମହାସଂଘ

ଭୁବନେଶ୍ବର ମହାସଙ୍ଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଧାକର ପଣ୍ଡା କହିଛନ୍ତି ଆଜି ରାତି 8 ଟାରେ ସଟଡାଉନ ଉଠୁଛି । ତେଣୁ ଆଜି ଆଉ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯଥା ଗ୍ରୋସରି,ପନିପରିବା,ମାଛ,ଫଳ ଓ ଔଷଧ ଦୋକାନ ସବୁ ଆସନ୍ତାକାଲି ସକାଳ 7ଟା ଠାରୁ ଖୋଲିବ।ଯାହାକି ଲକଡାଉନ ସମୟରେ ଯେପରି ଚାଲୁଥିଲା । ସେହିପରି ଚାଲିବ।ତେବେ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ବାରମ୍ବାର ନିର୍ଦେଶ ଦିଆ ଯାଉଥିବାରୁ ଏହାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି।ତେଣୁ ଲୋକମାନେ ମଧ୍ୟ ସେମାନଙ୍କ ସାମାଜିକ ଦାୟିତ୍ୱ ନିର୍ବାହ କରିବା ପୂର୍ବକ ସାମାଜିକ ଦୂରତ୍ବ ରକ୍ଷା କରନ୍ତୁ ବୋଲି କହିଛନ୍ତି ।ଶ୍ରୀ ପଣ୍ଡା ଆହୁରି କହିଛନ୍ତି କି ୟୁନିଟ 4 ମାର୍କେଟ ରେ ଭିଡ଼ ହେଉଥିବାରୁ ସେଠାରେ ବ୍ୟାରିକେଡ କରାଯାଇ ନିୟନ୍ତ୍ରଣ କରାଯିବ ବୋଲି ସୂଚନା ଦେଇଛନ୍ତି।ଯେଉଁ ଗ୍ରାହକମାନେ ଆସିବେ 2ଜଣ ଲେଖାଏଁ ଭିତରକୁ ସାନିଟାଇଜ କରି ଛଡ଼ାଯିବ ।ସେମାନେ ଫେରିବାପରେ ଅନ୍ୟ ମାନଙ୍କୁ ସେହି କ୍ରମେ ଛଡ଼ାଯିବ ବୋଲ କହିଛନ୍ତି।

ଆହୁରି ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରୁ ପୂର୍ବ ଦୋକାନ ବ୍ୟତୀତ ଆହୁରି କିଛି ଦୋକାନ ବସ ଷ୍ଟପ ଓ ମୁନିସିପାଲିଟି ଦୋକାନ ଗୃହରେ ଖୋଲାଯିବ।ପରେ ଯଦି ଆବଶ୍ୟକ ପଡେ ପିକ ଅପ ଭ୍ୟାନ ଯୋଗେ ବିଭିନ୍ନ ଅଞ୍ଚଳରେ ମଧ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା ହେଉଥିବା ପ୍ରକାଶ କରିଛନ୍ତି । ତେବେ ଲୋକମାନେ ସରକାରଙ୍କ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details