ଭୁବନେଶ୍ବର :କୋଭିଡ ସଂକ୍ରମଣ ପାଇଁ ହାଟ ବସିଲା ରାସ୍ତା କଡରେ । ରାଜ୍ୟରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ଏପରି ପଦକ୍ଷେପ ନେଇଛି । କାରଣ ଜନଗହଳିପୂର୍ଣ୍ଣ ହାଟରେ ସାମାଜିକ ଦୂରତା ଓ ମାସ୍କ ପରିଧାନ ହେଉନଥିବାରୁ ହାଟ ଓ ବଜାରର ବିକେନ୍ଦ୍ରୀକରଣ କରିଛି ବିଏମସି । ୟୁନିଟ-1 ହୋଲସେଲ ଓ ୟୁନିଟ-4ରେ ବସୁଥିବା ହାଟ ଗୁଡିକୁ ଉଠାଇ ଦେଇଛି ବିଏମସି । ପ୍ରଥମ ଓ ଦ୍ୱିତୀୟ ଲହର ଭଳି ଅନୁରୂପ ପଦକ୍ଷେପ ନେବାକୁ ସମସ୍ତ ଜୋନାଲ ଡେ଼ପୁଟି କମିଶନରଙ୍କୁ ବିଏମସି କମିଶନର ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଥିଲେ ।
ରାଜଧାନୀରେ ପୁଣି ରାସ୍ତା କଡରେ ବସିଲା ହାଟ, କୋରୋନା ନିୟମ ମାନିବେ ବ୍ୟବସାୟୀ - ସଂକ୍ରମଣ ପାଇଁ ପୁଣି ରାସ୍ତା କଡରେ ବସିଲା ହାଟ
କୋଭିଡ ସଂକ୍ରମଣ ପାଇଁ ହାଟ ବସିଲା ରାସ୍ତା କଡରେ । ରାଜ୍ୟରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ଏପରି ପଦକ୍ଷେପ ନେଇଛି । ଅଧିକ ପଢନ୍ତୁ
ସଂକ୍ରମଣ ପାଇଁ ପୁଣି ରାସ୍ତା କଡରେ ବସିଲା ହାଟ
ସଂକ୍ରମଣ ପାଇଁ ପୁଣି ରାସ୍ତା କଡରେ ବସିଲା ହାଟ
ଏହାକୁ ଆଧାର କରି ଜୋନାଲ ଡେ଼ପୁଟି କମିଶନର ମହେନ୍ଦ୍ର ବଢେଇ ଦୁଇ ହାଟର କର୍ମକର୍ତ୍ତାଙ୍କ ସହ ଆଲୋଚନା ସହ ଅଞ୍ଚଳ ପରିଦର୍ଶନ କରିଛନ୍ତି । କୋରୋନା କଟକଣା ମାନି ବ୍ୟବସାୟ କରିବାକୁ କହିଛନ୍ତି ବ୍ଯବସାୟୀ । ବିଏସସିର ଏ ପଦକ୍ଷେପକୁ ସମସ୍ତ ବ୍ୟବସାୟୀ ଗ୍ରହଣ କରିଥିବାବେଳେ କୋରୋନାର ସମସ୍ତ ନିୟମ ଅନୁପାଳନ କରିବା ସହ ଗ୍ରାହକଙ୍କୁ ମଧ୍ୟ ସଚେତନତା କରି ବ୍ୟବସାୟ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ପ୍ରଥମ ଦିନରେ କିଛି ବ୍ୟବସାୟୀ ଆସିଥିବାବେଳେ କାଲିଠୁ ପୂର୍ଣ୍ଣମାତ୍ରାରେ ଆସିବେ ବୋଲି କହିଛନ୍ତି ମାର୍କେଟ ସଂଘର ଉପସଭାପତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
TAGGED:
Bhubaneswar Daily Market