ଓଡିଶା

odisha

ETV Bharat / city

'ଡେଙ୍ଗୁ D2 ଷ୍ଟ୍ରେନ ରାଜ୍ୟରେ ନୂଆ ନୁହେଁ, ଭୟଭୀତ ହୁଅନ୍ତୁ ନାହିଁ' - ଡିଏମଇଟି

ଡେଙ୍ଗୁ D2 ଷ୍ଟ୍ରେନ ରାଜ୍ୟରେ ନୂଆ ନୁହେଁ । ପୂର୍ବରୁ ଅନେକ ଥର ଦେଖାଯାଇଛି । ଏଣୁ ଏହି ଷ୍ଟ୍ରେନକୁ ନେଇ ଆତଙ୍କ ସୃଷ୍ଟି ନ କରାଯାଉ ବୋଲି କହିଛନ୍ତି DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

'ଡେଙ୍ଗୁ D2 ଷ୍ଟ୍ରେନ ରାଜ୍ୟରେ ନୂଆ ନୁହେଁ, ଏଣୁ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ'
'ଡେଙ୍ଗୁ D2 ଷ୍ଟ୍ରେନ ରାଜ୍ୟରେ ନୂଆ ନୁହେଁ, ଏଣୁ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ'

By

Published : Jul 30, 2021, 5:26 PM IST

ଭୁବନେଶ୍ବର: ଡେଙ୍ଗୁ ପ୍ରତିବର୍ଷ ଦେଶରେ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଦେଖାଯାଏ । ଡେଙ୍ଗୁ ଦେଶରେ କି ରାଜ୍ୟରେ ନୂଆ ନୁହେଁ । ଏହି ରୋଗର ଡି-୨ ଷ୍ଟ୍ରେନ ପୂର୍ବରୁ ଦେଖାଯାଇଛି । ଏଣୁ ଏହାକୁ ନେଇ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ ବୋଲି କହିଛନ୍ତି DMET ସିବିକେ ମହାନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି ।

'ଡେଙ୍ଗୁ D2 ଷ୍ଟ୍ରେନ ରାଜ୍ୟରେ ନୂଆ ନୁହେଁ, ଏଣୁ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ'

ଡେଙ୍ଗୁର 4 ଟି ଭ୍ୟାରିଆଣ୍ଟ ରହିଛି ଡ଼ି1, ଡ଼ି2, ଡ଼ି3 ଓ ଡ଼ି4 । ଆଗରୁ ବିଭିନ୍ନ ସମୟରେ ଏହି ସବୁ ଭ୍ୟାରିଆଣ୍ଟ ଦେଖାଯାଇଛି । ପ୍ରତିବର୍ଷ ପରି ରାଜ୍ୟରେ ଏହି ସମୟରେ ଡେଙ୍ଗୁ ଦେଖାଯାଏ । ବର୍ତ୍ତମାନ ସମୟରେ ଯାହା ଡ଼ି-2 ଦେଖାଯାଇଛି । ବିଭିନ୍ନ ସମୟରେ ବିଭିନ୍ନ ଷ୍ଟ୍ରେନ ଦେଖାଯାଏ । ଏଣୁ ଡେଙ୍ଗୁକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ଏହି ରୋଗ ପାଇଁ କୌଣସି ଅଲଗା ୱାର୍ଡର ଆବଶ୍ୟକ ନାହିଁ । କିନ୍ତୁ ଚିକିତ୍ସା ପ୍ରକ୍ରିୟାକୁ ଭଲ ଭାବେ କରିବା ପାଇଁ ଅଲଗା ୱାର୍ଡ ପ୍ରସ୍ତୁତ କରାଯାଏ । ଡେଙ୍ଗୁ ପାଇଁ କିଛି ହସ୍ପିଟାଲରେ ମଧ୍ୟ ବେଡ଼ ସଂରକ୍ଷଣ ରଖାଯାଇଛି। ଏହା ଗୋଟିଏ ନିୟମିତ ପ୍ରକ୍ରିୟା ଯାହା ଜୁଲାଇରୁ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଏହି ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details