ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ ସାଇକ୍ଲୋଥନ, ଭାଗ ନେଲେ ହଜାରରୁ ଊର୍ଦ୍ଧ୍ବ ସାଇକେଲ ଆରୋହୀ - Cyclothon start in Smart City

ଆଜି(ରବିବାର) ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରାୟ ୧ ହଜାରୁ ଊର୍ଦ୍ଧ୍ବ ସାଇକେଲ ଆରୋହୀ ଏଥିରେ ସାମିଲ ହୋଇଛନ୍ତି।

ସ୍ମାର୍ଟସିଟିରେ ସାଇକ୍ଲୋଥନ ଆୟୋଜନ
ସ୍ମାର୍ଟସିଟିରେ ସାଇକ୍ଲୋଥନ ଆୟୋଜନ

By

Published : Dec 27, 2020, 12:48 PM IST

Updated : Dec 27, 2020, 3:29 PM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ ଆୟୋଜିତ ହୋଇଛି ସାଇକ୍ଲୋଥନ । ଆଜି(ରବିବାର) ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରାୟ ୧ ହଜାରୁ ଊର୍ଦ୍ଧ୍ବ ସାଇକେଲ ଆରୋହୀ ଏଥିରେ ସାମିଲ ହୋଇଛନ୍ତି।

ସ୍ମାର୍ଟସିଟିରେ ସାଇକ୍ଲୋଥନ ଆୟୋଜନ

ସ୍ମାର୍ଟସିଟିରୁ ପଟିଆ ଶିଖରଚଣ୍ଡୀ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ସାଇକେଲ ଚଳାଇ ସାଇକେଲଗିରି ବାର୍ତ୍ତା ଦେଇଛନ୍ତି ।

ଏକାମ୍ର ପ୍ଲାଜା ଠାରୁ ଆରମ୍ଭ ହୋଇ କ୍ୟାପିଟାଲ ହସ୍ପିଟାଲ, ଏଜି ସ୍କୋୟାର, ଗଭର୍ଣ୍ଣର ହାଉସ, ଜୟଦେବ ବିହାର ଦେଇ ନାଲ୍କୋ ସ୍କୋଏର, ପଟିଆ ସ୍କୋୟାର, ଇନଫୋ ସିଟି ହୋଇ ଶିଖରଚଣ୍ଡୀ ମୁଣ୍ଡିଆରେ ପହଞ୍ଚିବ ସାଇକ୍ଲୋଥନ।

ଭୁବନେଶ୍ବରକୁ ସ୍ବଚ୍ଛ ଆଉ ସୁନ୍ଦର କରି ଗଢିବାକୁ ଆରମ୍ଭ ହେଲା ସାଇକେଲଗିରି। ପ୍ରଦୂଷଣ କମିବ, ପରିବେଶ ସୁସ୍ଥ ରହିବ ଏଭଳି ବାର୍ତ୍ତା ନେଇ ସ୍ମାର୍ଟସିଟି ବାସିନ୍ଦା ପ୍ରତି ଶୁକ୍ରବାର ସାଇକେଲଗିରିରେ ଅଂଶଗ୍ରହଣ କରିପାରିବେ।

ତେବେ ସାଇକେଲଗିରିକୁ ସ୍ବାଗତ କରିଛନ୍ତି ଭୁବନେଶ୍ବର ବାସିନ୍ଦା । ସ୍ମାର୍ଟସିଟି ଭୁବନେଶ୍ବରରେ ପବ୍ଲିକ ବାଇସାଇକେଲ ସେୟାରିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସାଇକେଲଗିରିରେ ଅଂଶଗ୍ରହଣ କରିବା ପାଇଁ ସ୍ବେଚ୍ଛାକୃତ ଭାବେ ଭୁବନେଶ୍ବର ଜନସାଧାରଣ ଆଗେଇ ଆସିବା ଦରକାର।

ସାଇକେଲ ଚଲେଇବା ସଂସ୍କୃତିକୁ ଭୁବନେଶ୍ବରବାସୀ ଆପଣେଇବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଭୁବନେଶ୍ବର ବିଭିନ୍ନ ନଗରରେ ଛୋଟଛୋଟ ସାଇକେଲ ଟ୍ରାକ ସରକଲ କରାଯିବ । ବିଭିନ୍ନ ବର୍ଗର ଲୋକଙ୍କୁ ସାଇକେଲ ଚଳାଇବା ପାଇଁ ଅଗ୍ରାଧିକାର ଦିଆଯିବ ।

ସାଇକେଲ ଚଳାଇ ସୁସ୍ଥ ରହିବା,ଏଭଳି ପ୍ରକ୍ରିୟା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ସ୍ମାର୍ଟସିଟି ବାସିନ୍ଦା ଏହାର ପୂର୍ଣ୍ଣ ଫାଇଦା ଉଠେଇବା ଆବଶ୍ୟକ ବୋଲି କହିଛନ୍ତି ଓଡ଼ିଶାର ପ୍ରଥମ ମହିଳା ସାଇକ୍ଳିଷ୍ଟ ତଥା ପ୍ରଥମ ଓଡ଼ିଆ ଭାବେ ଅର୍ଜୁନ ଆୱାର୍ଡ ପାଇଥିବା ମିନତୀ ମହାପାତ୍ର।

ଭୁବନେଶ୍ବରରେ ପରିବେଶକୁ ପ୍ରଦୂଷଣମୁକ୍ତ ଓ ସୁନ୍ଦର କରିବା ପାଇଁ ମୋ ସାଇକେଲ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିଲା, ପ୍ରତି ଛକରେ ମୋ ସାଇକେଲ ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଥିଲା। ଦୀର୍ଘଦିନ ପରେ ମଧ୍ୟ ମୋ ସାଇକେଲ ଦିଗହରା ହୋଇଯାଇଛି। ଏକପ୍ରକାର ସ୍ଥାଣୁ ପାଲଟିଛି 'ମୋ ସାଇକେଲ' ପ୍ରକଳ୍ପ। ତେବେ ମହାମାରୀ ସମୟରେ ସାଇକେଲକୁ ପୁଣି ଲାଇମ ଲାଇଟକୁ ଆଣିବାକୁ ଅଣ୍ଟା ଭିଡ଼ିଛି ସ୍ମାର୍ଟସିଟି ଭୁବନେଶ୍ବର।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 27, 2020, 3:29 PM IST

ABOUT THE AUTHOR

...view details