ଭୁବନେଶ୍ବର: ଆଜି ହେଉଛି ବିଶ୍ବ କର୍କଟ ଦିବସ। ଆଜି ବି ଆମ ଦେଶରେ ତଥା ବିଶ୍ବରେ ଅନେକ ଲୋକ କର୍କଟ ରୋଗରେ ପିଡିତ । ତେବେ ଏହାଠାରୁ ନିଜର ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଅଧିକ ସଚେତନତାର ଆବଶ୍ୟକ ରହିଛି। ଲୋକମାନେ ଏହି ରୋଗର ନାଁ ଶୁଣିବା ମାତ୍ରେ ଡରି ଯାଇଥାନ୍ତି। କିନ୍ତୁ ଏହା ଯେ ଆରୋଗ୍ୟ ସାଧ୍ୟ। ଏଥିପାଇଁ ରୋଗୀକୁ ଦୃଢ଼ ମନୋବଳ ରହିବା ସହ ତାକୁ ଏହି ରୋଗର ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରିବା ସହ ସଠିକ ଚିକିତ୍ସା କରିବା ଦରକାର। ତାହାହେଲେ ଯାଇ ଏହି ରୋଗକୁ ଜିଣିପାରିବା ।
କର୍କଟ ସଚେତନତା ପାଇଁ ରାଜଧାନୀରେ ସାଇକ୍ଲୋଥନ - feb 4
ଆଜି ବି ଆମ ଦେଶରେ ତଥା ବିଶ୍ବରେ ଅନେକ ଲୋକ କର୍କଟ ରୋଗରେ ପିଡିତ । ତେବେ ଏହାଠାରୁ ନିଜର ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଅଧିକ ସଚେତନତାର ଆବଶ୍ୟକ ରହିଛି। ଏହି ଉପଲକ୍ଷେ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ସାଇକ୍ଲୋଥନ ଆୟୋଜନ କରାଯାଇଛି ।
କର୍କଟ ସଚେତନତା ପାଇଁ ସାଇକ୍ଲୋଥନ
ଏହି ଉପଲକ୍ଷେ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ସାଇକ୍ଲୋଥନ ଆୟୋଜନ କରାଯିବା ସହ ମୁଖ୍ୟତଃ ଯୁବ ପିଢିମାନଙ୍କୁ ସଚେତନତା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, କ୍ୟାନ୍ସରକୁ ହରାଇଥିବା ସ୍ବାଗତିକା ଆଚାର୍ଯ୍ୟଙ୍କ ସମେତ ଆପୋଲୋ ହସ୍ପିଟା ର ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅତିଥୀମାନେ ଯୋଗ ଦେଇ ଆଜିର ଏହି ସାଇକ୍ଲୋଥନକୁ ଉଦ୍ଘାଟନ କରିବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ
Last Updated : Feb 4, 2021, 10:25 AM IST